ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଅର୍ଥ ପାଇବାରୁ ବଞ୍ଚିତ 2 ଦିବ୍ୟାଙ୍ଗ ଯୁବତୀ - ଦିବ୍ୟାଙ୍ଗ ଯୁବତୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଟଙ୍କା ନ ପାଇ ଚିନ୍ତାରେ ସୋରଡାର ଦୁଇ ଦିବ୍ୟାଙ୍ଗ ଯୁବତୀ । ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡି ସୁଦ୍ଧା ନିରାଶ ହୋଇଛନ୍ତି ଉଭୟେ । ଧାର କରଜ କରି ଘର ନିର୍ମାଣ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନି ବକେୟା ଟଙ୍କା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : May 29, 2019, 10:41 PM IST

ଭଞ୍ଜନଗର: ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା । ପକ୍କା ଘରଟିଏ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା । ହେଲେ ଏହି ଯୋଜନାରେ ଘର କରିବା ପରେ ବକେୟା ଅର୍ଥ ପାଇଁ ଦୌଡି ଦୌଡି ନିରାଶ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର 2 ଦିବ୍ୟାଙ୍ଗ ଯୁବତୀ ।

ସରାବାଡି ପଞ୍ଚାୟତର ଏସ.ଗୁଣ୍ଡୁରିବାଡି ଗ୍ରାମର ଦୁଇ ଦିବ୍ୟାଙ୍ଗ ଯୁବତୀ ହେଲେ ରିଙ୍କି ସେଠୀ ଓ କୁନି ସେଠୀ । ଘର ଖଣ୍ଡେ ନଥିବାରୁ ବହୁବାର ଦୌଡିବା ପରେ 2017-18ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ମିଳିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଉଭୟ ଧାର କରଜ କରି ଘର ନିର୍ମାଣ କଲେ । କିସ୍ତି ଅନୁସାରେ ଟଙ୍କା ମଧ୍ୟ ମିଳିଲା । ନିୟମ ଅନୁସାରେ କାର୍ଯ୍ୟାଦେଶ ମିଳିବା ପରେ 6 ମାସ ମଧ୍ୟରେ ଘର ନିର୍ମାଣ କଲେ ବୋନସ ବାବଦକୁ 20000 ହଜାର ଟଙ୍କା ମିଳିବ । ବୋନସ ଟଙ୍କା ପାଇଁ ଉଭୟ ଦିବ୍ୟାଙ୍ଗ ଯୁବତୀ ବ୍ଲକ କାର୍ଯ୍ୟାଳୟକୁ ଦୌଡୁଥିଲେ ସୁଦ୍ଧା, ଏ ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ମିଳିନାହିଁ । ଏନେଇ ସୋରଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚରାଯିବାରୁ ଉଭୟେ ବିଳମ୍ବରେ ଘର ନିର୍ମାଣ କାର୍ଯ୍ୟ ସମାପ୍ତ କରିଥିବା କହିଛନ୍ତି । ଏପଟେ ବକେୟା ଟଙ୍କା ମିଳି ନଥିବାରୁ ଚିନ୍ତାରେ ଉଭୟଙ୍କ ପରିବାର ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.