ETV Bharat / state

ମଞ୍ଚାକୁ ଚଢିବା ବେଳେ ମହିଳାଙ୍କ ପେଟରେ ପଶିଗଲା ବାଉଁଶ, ଦେବଦୂତ ସାଜିଲେ ତହସିଲଦାର - ଦେବଦୂତ ସାଜିଲେ ତହସିଲଦାର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଚଳରେ ଜଣେ ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ତହସିଲଦାର । ତାଙ୍କର ଏ ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

ଦେବଦୂତ ସାଜିଲେ ତହସିଲଦାର
tahasildar helped injured women
author img

By

Published : Feb 27, 2023, 8:51 AM IST

Updated : Feb 27, 2023, 8:59 AM IST

tahasildar helped injured women

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗଡ ଖମ୍ବାରୀ ପଞ୍ଚାୟତ ଡିକିଲିରେ ଜଣେ ଗୁରୁତର ଆହତ ମହିଳାଙ୍କୁ ସହାୟତା କରିଛନ୍ତି ଦିଗପହଣ୍ଡି ତହସିଲଦାର । ମହିଳା ଜଣକ ହେଲେ ସୁଷଣା ଦଳାଇ । ସେ ତାଙ୍କ ଘର ପାଖରୁ 2 କିମି ଦୂରରେ କରିଥିବା ଫସଲର ମଞ୍ଚା ଉପରକୁ ଚଢୁଥିବାବେଳେ ଖସି ପଡିଥିଲେ । ଏହି ସମୟରେ ଏକ ବାଉଁଶ ତାଙ୍କ ପେଟରେ ପଶି ଯାଇଥିଲା । ଗୁରୁତର ଭାବେ ମହିଳା ଜଣଙ୍କ ଆହତ ହୋଇଥିଲେ । ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ତାଙ୍କ ପାଇଁ ଦେବଦୂତ ସାଜିଥିଲେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର । ତହସିଲଦାର ତାଙ୍କୁ ଗାଡିରେ ହସ୍ପିଟାଲରେ ନେଇଥିଲେ ।

ମହିଳା ଜଣଙ୍କ ଜଙ୍ଗଲରେ କରିଥିବା ତାଙ୍କ ଫସଲର ମଞ୍ଚା ଉପରକୁ ଚଢୁଥିଲେ । ଏହି ସମୟରେ ଏକ ଅଘଟଣ ଘଟିଥିଲା । ମହିଳା ଜଣଙ୍କ ମଞ୍ଚାରୁ ଖସି ପଡିଥିଲେ । ଗୋଟିଏ ବାଉଁଶ ମହିଳାଙ୍କ ପେଟରେ ପଶି ଯାଇଥିଲା । ସ୍ତ୍ରୀଙ୍କ ଚିତ୍କାର ଶୁଣି ସ୍ବାମୀ କାର୍ତ୍ତିକ ଦଳାଇ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ସୁଷମାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା । ଘରେ କାନ୍ଦବୋବାଳି ପଡିଥିଲା । ସୌଭାଗ୍ୟବସତଃ ଦିଗପହଣ୍ଡି ତହସିଲଦାର ସରକାରୀ କାର୍ଯ୍ୟକ୍ରମ ପାଇଁ ଗାଁରେ ଉପସ୍ଥିତ ଥିଲେ । ଘଟଣା ବିଷୟରେ ଜାଣିବା ପରେ ପ୍ରଥମେ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ମାତ୍ର ସଫଳ ନ ହେବାରୁ ଗୁରୁତର ମହିଳାଙ୍କ ପାଇଁ ଦେବଦୂତ ସାଜି ଅଫିସ ଗାଡିରେ ତାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଏହା ବି ପଢନ୍ତୁ...ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହେବା ଘଟଣା, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ତୁରନ୍ତ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା । ପେଟରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ତେଣୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ତଦସିଲଦାରଙ୍କ ଉଦ୍ୟମ ଫଳରେ ଦିଗପହଣ୍ଡିଠାରେ 108 ଆମ୍ବୁଲାନ୍ସ ଉପଲବ୍ଧ ହେବାକୁ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ତହସିଲଦାର ସିପକ କୁମାର ପାତ୍ରଙ୍କ ଏପରି ମାନବିକତାଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । ଅସହାୟ ପରିବାରକୁ ସହାୟତା କରି ମାନବିକତାର ପରିଚୟ ଦେଇଛନ୍ତି ତହସିଲାର ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 27, 2023, 8:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.