ETV Bharat / state

ସହରତଳି ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ଦାବିରେ ପ୍ରତିବାଦ

author img

By ETV Bharat Odisha Team

Published : Jan 13, 2024, 7:08 AM IST

Berhampur Municipal Corporation: ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ଦାବିରେ ପ୍ରତିବାଦ । ଏନେଇ ପାଟିରେ କଳାପଟି ବାନ୍ଧି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ମହାନଗର ନିଗମ
ବ୍ରହ୍ମପୁର ମହାନଗର ନିଗମ
ବ୍ରହ୍ମପୁର ମହାନଗର ନିଗମ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ଦାବିରେ ପ୍ରତିବାଦ । ଏନେଇ ପାଟିରେ କଳାପଟି ବାନ୍ଧି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ସହରତଳି ମିଳିତ କ୍ରିୟାନୁଷ୍ଠାନ କମିଟି । ବହୁ ଦିନ ଧରି ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ କୌଣସି ପଦକ୍ଷପ ନ ନିଆଯିବାରୁ ଏଭଳି ପ୍ରତିବାଦ କରିଛି କମିଟି ।

ତେବେ ବ୍ରହ୍ମପୁର ମହାନଗର ନିଗମର ଚାରିପଟ ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ପାର୍ଶ୍ଵରେ ରହିଥିବା ୧୮ ଗୋଟି ପଞ୍ଚାୟତ ତଥା ସନ୍ନିକଟ ସହରତଳି ଅଞ୍ଚଳକୁ ମିଶ୍ରଣ ନେଇ ୨୦୦୮ ଗେଜେଟ୍ ନୋଟିଫିକେସନ କାର୍ଯ୍ୟକାରୀ ଓ ଏହାକୁ ନେଇ ରହିଥିବା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ ଏବଂ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ହୋଇଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପାଟିରେ କଳାପଟି ବାନ୍ଧି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ନୀରବ ପ୍ରତିବାଦ ସଭା କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ସନ୍ନିକଟ ଓ ମହାନଗର ଚତୁଃପାର୍ଶ୍ୱରେ ରହିଥିବା ପଞ୍ଚାୟତକୁ ନେଇ ଏକ ବୃହତ୍ତର ଓ ପୂର୍ଣ୍ଣାଙ୍ଗ ମହାନଗର ନିଗମ ଗଠନ କରିବା ନିମନ୍ତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁ ଦିନ ଧରି ଦାବି ହୋଇଆସୁଛି । କିନ୍ତୁ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେବାରେ ଅଦ୍ୟାବଧି ବିଫଳ ରହିଛନ୍ତି । କ୍ରିୟାନୁଷ୍ଠାନ କମିଟି ରାଜନେତା, ପ୍ରଶାସନ ଓ ନ୍ୟାୟାଳୟ ସବୁ ଉପଲବ୍ଧ ଉପଚାର ଆପଣେଇଥିଲେ ସୁଦ୍ଧା ଏଦିଗରେ ସରକାରଙ୍କ ଇଚ୍ଛାଶକ୍ତି ଜାଗ୍ରତ କରେଇବାରେ ଅଦ୍ୟାବଧି ସକ୍ଷମ ପାଇପାରିଲେ ନାହିଁ । ତେଣୁ ଏହି ଅବିଚାର ବିରୁଦ୍ଧରେ ଏବେ ପ୍ରତି ସପ୍ତାହରେ ସହର ମଧ୍ୟରେ ପ୍ରତିବାଦ ସଭା ଆୟୋଜନ କରିବାକୁ କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କେବେ ଗ୍ରେଟର ବ୍ରହ୍ମପୁର ସ୍ବପ୍ନ ପୂରଣ, ପରିକଳ୍ପନାକୁ ନେଇ ପ୍ରଶ୍ନବାଚୀ

ଏହି ନୀରବ ପ୍ରତିବାଦ ସଭା ପୂର୍ବରୁ ବ୍ରହ୍ମପୁରର ଗାନ୍ଧୀନଗର ଛକ, ପୁରୁଣା ବସଷ୍ଟାଣ୍ଡ ଓ ରାମଲିଙ୍ଗେଶ୍ୱର ପାର୍କ ନିକଟରେ ଏଭଳି ତିନୋଟି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭା ସରକାରଙ୍କୁ ତାଙ୍କ ନିଦ ଭାଙ୍ଗିବା ପାଇଁ ଉଦ୍ଧିଷ୍ଟ ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି । କାର୍ଯ୍ୟକ୍ରମରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ. ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରି, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଂଗଠନ ସମ୍ପାଦକ ଶ୍ରୀମନ୍ତ ପାଣିଗ୍ରାହୀ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଯୋଜକ ସି ଏଚ ରାମକ୍ରିଷ୍ଣା ଦାସ, ଉପ ସଂଯୋଜକ ଅନିଲ ଅଧିକାରୀ, ସହ ସଂଯୋଜକ କାହ୍ନୁ ଚରଣ ପତି ଓ ପ୍ରଫେସର ରଙ୍ଗନାଥ ମିଶ୍ରନ ପ୍ରମୁଖ ସାମିଲ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.