ETV Bharat / state

ସହରତଳି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବାକୁ ଦାବି - slum area

ବ୍ରହ୍ମପୁର ସହର ତଳିଆ ଅଞ୍ଚଳର ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଉନ୍ନୟନ କମିଟିର  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରାଯିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି କମିଟି । ଗତ କିଛି ମାସ ଧରି ଏହି ଆନ୍ଦୋଳନ ହୋଇଆସୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Mar 8, 2019, 2:07 PM IST

ବ୍ରହ୍ମପୁର: ସହର ତଳି ଅଞ୍ଚଳ ଓ ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମପଞ୍ଚାୟତ ଅନ୍ତର୍ଭୁକ୍ତ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରିବା ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଛି । ଏବେ ଏହି ଦାବି ଜୋର ଧରିଛି । ଏହା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ବ୍ରହ୍ମପୁର ସହର ତଳିଆ ଅଞ୍ଚଳର ନାଗରିକଙ୍କୁ ନେଇ ଗଠିତ ହୋଇଥିବା ଉନ୍ନୟନ କମିଟିର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଦାବି ପତ୍ର ପ୍ରଦାନ କରାଯାଇଛି । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ମାରକପତ୍ର ପ୍ରଦାନ କରାଯିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛି କମିଟି । ଗତ କିଛି ମାସ ଧରି ଏହି ଆନ୍ଦୋଳନ ହୋଇଆସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମୁଖ୍ୟତଃ ସହର ନିକଟସ୍ଥ ନିମଖଣ୍ଡି, ଲୋଚାପଡା ଓ ଭାବିନିପୁର ପଞ୍ଚାୟତର ଅଞ୍ଚଳବାସୀ ଏହି ଦାବି କରିଛନ୍ତି । ଏହାସହ ସହରର ବ୍ରହ୍ମାନଗର, ଶକ୍ତିନଗର, ଶ୍ରାମା ନଗର, କାଳୁଆ ନଗର, ରାଜୀବ ନଗର, ଗୋବିନ୍ଦ ବିହାର, ବସନ୍ତ ବିବାହ, ବାସୁଦେବ ନଗର, ବାପୁଜୀ ନଗର ଓ ମେଡିକାଲ ବ୍ୟାଙ୍କ କଲୋନୀ ଭଳି ସହରତଳି ଅଞ୍ଚଳବାସୀ ମଧ୍ୟ ସେମାନଙ୍କ ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରିବା ପାଇଁ ପୂର୍ବରୁ ଆନ୍ଦୋଳନ କରିଛନ୍ତି ।

ଏହା ମଧ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରଙ୍କୁ ଏହି ଦାବି ବିଷୟରେ ଅବଗତ କରାଯାଇଛି । ଏବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭାଗର ବରିଷ୍ଠ ଅଧିକାରୀଙ୍କୁ କମିଟି ସାକ୍ଷାତ କରିଛି । ଏହାସହ ଦାବି ପ୍ରତି କୌଣସି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

see the attachment
visual and byte by ftp
tirthabashi panda 
subarnapur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.