ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବ୍ରଜଗଡ଼ ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରରେ ଫସି ନାରାୟଣ ନାୟକ(୪୦) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାମୁତାବକ, ନାରାୟଣ ଆଜି(ରବିବାର) ସକାଳ ସମୟରେ ଗାଁ ଆମ୍ବତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ଉକ୍ତ ତୋଟାରେ କେହି ଦୁର୍ବୃତ୍ତ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ତାରରେ ପଡି ଯାଇଥିଲେ।
କିଛି ସମୟ ପରେ ସେ ଘରକୁ ନଫେରିବାରୁ ଗ୍ରାମବାସୀ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବେଲଗୁଣ୍ଠା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ