ETV Bharat / state

ଗଞ୍ଜାମରେ କମୁଛି ସଂକ୍ରମଣ, କୋଭିଡ ହସପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି - berhampur covid hospital closed

ଦିନକୁ ଦିନ ଗଞ୍ଜାମରେ କମୁଛି କୋରୋନା ସଂକ୍ରମଣ । ଏନେଇ ଜିଲ୍ଲାରେ ଥିବା 3ଟି କୋଭିଡ୍ ହସପିଟାଲ ମଧ୍ୟରୁ 2ଟି ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମରେ କମୁଛି ସଂକ୍ରମଣ, କୋଭିଡ ହସପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

author img

By

Published : Dec 16, 2020, 8:23 PM IST

ବ୍ରହ୍ମପୁର: କୋଭିଡ୍ ହସପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ତିନୋଟି ଡେଡିକେଟ୍ କୋଭିଡ୍ ହସପିଟାଲ ମଧ୍ୟରୁ ଦୁଇଟି କୋଭିଡ ହସପିଟାଲକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଗଞ୍ଜାମରେ କମୁଛି ସଂକ୍ରମଣ, କୋଭିଡ ହସପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
ବ୍ରହ୍ମପୁରରେ ବନ୍ଦ ହେବ କୋଭିଡ ହସପିଟାଲ, ନିଷ୍ପତ୍ତି ନେଲେ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଚାଲିଥିବା ଟାଟା କୋଭିଡ୍ ହସପିଟାଲକୁ ଆସନ୍ତା ୨୦ ତାରିଖ ଠାରୁ ବନ୍ଦ କରିବା ପାଇଁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଥିବା ହାଇଟେକ୍ ମେଡିକାଲ କଲେଜ ଏବଂ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ତେବେ ସହର ଉପକଣ୍ଠ ଗୋଳନ୍ଥରା ଅଶ୍ୱିନୀ କୋଭିଡ୍ ହସପିଟାଲକୁ ମଧ୍ୟ ଡିସେମ୍ବର ଶେଷ ସୁଦ୍ଧା ବନ୍ଦ କରିବାକୁ କୁହାଯାଇଛି ।

ଜିଲ୍ଲାରେ ନୂତନ କୋଭିଡ ସଂକ୍ରମଣ ସଂଖ୍ୟା ବହୁ ମାତ୍ରାରେ କମ୍ ରହୁଥିବାରୁ ଜିଲ୍ଲାସ୍ତରୀୟ କମିଟିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.