ETV Bharat / state

କୋଭିଡ ଆମ୍ବୁଲାନ୍ସ - ଅଟୋ ମୁହାଁମୁହିଁ ଧକ୍କା - ଗଞ୍ଜାମ ଜିଲ୍ଲା ଆସିକା ଥାନା

ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନିମିନା ମୁଖ୍ୟ ରାସ୍ତାରେ କୋଭିଡ ଆମ୍ବୁଲାନ୍ସ ଓ ଯାତ୍ରୀବାହୀ ଅଟୋ ମୁହାଁମୁହିଁ ଧକ୍କା । 3 ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

କୋଭିଡ ଆମ୍ବୁଲାନ୍ସ - ଅଟୋ ମୁହାଁମୁହିଁ ଧକ୍କା, 3ଗୁରୁତର ହସ୍ପିଟାଲରେ ଭର୍ତ୍ତି

author img

By

Published : May 20, 2021, 8:45 AM IST

ଭଞ୍ଜନଗର: କୋଭିଡ ଆମ୍ବୁଲାନ୍ସ ଓ ଯାତ୍ରୀ ବାହୀ ଅଟୋ ମୁହାଁମୁହିଁ ଧକ୍କା । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନିମିନା ମୁଖ୍ୟ ରାସ୍ତାରେ । ଦୁର୍ଘଟଣାରେ 3ଜଣ ଗୁରୁତର ହୋଇଥିବା ବେଳେ 3 ଜଣ ଆହାତ ହୋଇଛନ୍ତି । ଗୁରୁତରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣା ସ୍ଥଳରେ ଅଟୋ ଡ୍ରାଇଭର ବଳରାମ ଗୌଡଙ୍କ ଗୋଡ଼ ଭାଙ୍ଗି ଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କୋଭିଡ ଆମ୍ବୁଲାନ୍ସ - ଅଟୋ ମୁହାଁମୁହିଁ ଧକ୍କା, 3ଗୁରୁତର ହସ୍ପିଟାଲରେ ଭର୍ତ୍ତି

ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁର ବଡ଼ ମେଡିକାଲରୁ ସ୍ବାସ୍ଥ୍ୟ ପରିକ୍ଷା କରି ଭଞ୍ଜନଗର ବ୍ଲକ ଗୋଲାପଡା ପଞ୍ଚାୟତ ହରିପୁର ଗ୍ରାମର ମାନସିକ ରୋଗୀ ଭାରତୀ ପ୍ରଧାନ ତାଙ୍କ ଆଠ ବର୍ଷର ଝିଅ ସୁଇଟି ପ୍ରଧାନ, ତିନି ବର୍ଷର ପୁଅ ହିମାଶୁଂ ପ୍ରଧାନ ଓ ଆଠ ମାସର ପୁଅ ପ୍ରିୟାଂଶୁ ପ୍ରଧାନଙ୍କୁ ଧରି ନିଜ ସମ୍ପର୍କୀୟ ଭାଇ ସହିତ ଫେରୁଥିଲେ । ଏହି ସମୟରେ ଭଞ୍ଜନଗର ପଟୁ ଏକ କୋଭିଡ ଆମ୍ଵୁଲାନ୍ସ ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ବିପରୀତ ଦିଗରେ ଆସୁଥିବା ଅଟୋକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଏଥିରେ ଅନ୍ୟ ଯାତ୍ରୀ ମାନେ ସାମାନ୍ୟ ଆଘାତ ହୋଇ ଥିବା ଜଣାପଡିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.