ETV Bharat / state

କଡାକଡା କଟକଣା: ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା - Lockdown Violators

ଗଲା ଗୋଟିଏ ଦିନ ମଧ୍ୟରେ କେବଳ ଗଞ୍ଜାମ ଜିଲାରେ ୨୪ ଘଣ୍ଟା ମଧ୍ୟରେ କରାଯାଇଥିବା ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଥିଲା । ଫଳରେ କେବଳ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପରିଧାନ କରୁନଥିବା ଅମାନିଆଙ୍କ ମୋଟ ୧ ଲକ୍ଷ ୨୯ ହଜାର ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ କରିଥିବା ନେଇ ଏକ ହଜାର ଟଙ୍କା ଏବଂ ରାତ୍ରକାଳୀନ କଫ୍ୟୁକୁ ଉଲ୍ଲଙ୍ଘନ କରିବା ନେଇ ପାଞ୍ଚ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

କଡାକଡା କଟକଣା
କଡାକଡା କଟକଣା
author img

By

Published : Jul 10, 2020, 2:07 AM IST

ଗଞ୍ଜାମ: ଜିଲ୍ଲାରେ କୋରୋନା ସ୍ଥିତି ଏକ ପ୍ରକାର ସଙ୍ଗୀନ ରହିଛି । ଏଭଳି ସମୟରେ କୋଭିଡ୍ ନିୟମକୁ କଡାକଡି କରିବା ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଆଉ ଏଭଳି ସମୟରେ ଯେଭଳି କୌଣସି ଆବଶ୍ୟକତା ନଥିବା ବେଳେ ଘରୁ କେହି ନବାହାରିବା ପାଇଁ କୁହାଯାଉଥିବା ବେଳେ ଏଭଳି ସମୟରେ ମାସ୍କ ଠାରୁ ଆରମ୍ଭ କରି ଦୁଇ ଚକିଆ ଗାଡି ଧରି ବୁଲିବା ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଆଦାୟ ହେଉଛି ଜୋରିମାନା ।

ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା
ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା

ଗଲା ଗୋଟିଏ ଦିନ ମଧ୍ୟରେ କେବଳ ଗଞ୍ଜାମ ଜିଲାରେ ୨୪ ଘଣ୍ଟା ମଧ୍ୟରେ କରାଯାଇଥିବା ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଥିଲା । ଫଳରେ କେବଳ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଯାଞ୍ଚ କରାଯାଇ ମାସ୍କ ପରିଧାନ କରୁନଥିବା ଅମାନିଆଙ୍କ ମୋଟ ୧ ଲକ୍ଷ ୨୯ ହଜାର ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନ କରିଥିବା ନେଇ ଏକ ହଜାର ଟଙ୍କା ଏବଂ ରାତ୍ରକାଳୀନ କଫ୍ୟୁକୁ ଉଲ୍ଲଙ୍ଘନ କରିବା ନେଇ ପାଞ୍ଚ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା
ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା

ଏଥିସହ ବେଆଇନ ମଦ କାରବାର ଉପରେ ଚଢ଼ାଉ କରାଯାଇ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇ ମୋଟ ୪୯୫ ଲିଟର ମଦ ଜବତ କରାଯାଇଥିବା ନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ଜିଲ୍ଲା ପୋଲିସ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଭାବରେ ୦୬୮୧୧-୨୬୩୩୬୦ ଏବଂ ଡାଏଲ୍ ୧୦୦ ରଖାଯାଇଛି ।

ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା
ଅମାନିଆଙ୍କ ଠାରୁ ଆଦାୟ ହେଉଛି ଜୋରିମାନା

ସେହିପରି ବ୍ରହ୍ମପୁର ପୋଲିସ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୭୯ ଜଣ ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୩୫ ହଜାର ୮୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ନିୟମ କୁ ଉଲ୍ଲଂଘନ କରିଥିବା ୧୨୮ ଟି ଗାଡିକୁ ଚାଲାଣ କଟାଯାଇ ୬୪ ହଜାର ଟଙ୍କା ଆଦାୟ କରାଯାଇଛି । ସେପଟେ ବ୍ରହ୍ମପୁର ପୋଲିସ ପକ୍ଷରୁ ଜରୁରୀ କାଳୀନ ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ୦୬୮୦-୨୨୯୨୮୬୪ , ୨୨୯୨୦୪୨, ୨୨୯୦୦୨୨, ୨୨୯୦୦୨୩, ୨୨୯୨୩୯୦ ଏବଂ ଡାଏଲ୍ ୧୦୦ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.