ବ୍ରହ୍ମପୁର: କୋରୋନା ଭାଇରସ୍ ପାଇଁ ସବୁଠି ମାସ୍କର ଚାହିଦା ଅଧିକ ରହିଛି । ଏହି ସମୟରେ ବ୍ରହ୍ମପୁର ସହରରେ ଗୋଟିଏ ହୋମିଓପ୍ୟାଥିକ ମେଡିସିନ୍ ଷ୍ଟୋରରେ ଚଢା ଦରରେ ମାସ୍କ ବିକ୍ରି କରାଯାଉଥିବା ଅଭିଯୋଗକୁ ନେଇ ନିଗମ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।
ସହରର ସିଟି ହସ୍ପିଟାଲ ରାସ୍ତାରେ ରହିଥିବା ହୋମିଓ ହାଲ ବଜାରରେ ଯେଉଁ ମାସ୍କକୁ ମାତ୍ର ୨୦ ଟଙ୍କାରେ ବିକ୍ରି କରାଯିବା କଥା ତାହାକୁ ୮୦ ଟଙ୍କାରେ ବିକ୍ରି କରାଯାଉଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପର ମନ୍ତ୍ରାଳୟର ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ପ୍ରତିବାଦରେ ଦୋକାନର ଟ୍ରେଡ ଲାଇସେନ୍ସକୁ ରଦ୍ଦ କରାଯାଇଥିବା ନେଇ ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଗମ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ପରେ କଳାବଜାରୀଙ୍କ ମନରେ ଚଡକ ସୃଷ୍ଟି ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ