ETV Bharat / state

ପ୍ରଶାସନର ଅବହେଳା ନେଲା କୋରୋନା ଯୋଦ୍ଧାଙ୍କ ଜୀବନ ! ପ୍ରତିବାଦରେ ବିକ୍ଷୋଭ

author img

By

Published : Jul 4, 2020, 5:14 PM IST

କୋରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ । ମୃତଦେହ ରଖି ଆସିକା ଓ ନୟାଗଡ଼ ଯିବା ଆସିବା ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ । ଘଟଣାସ୍ଥଳରେ ବୁଗୁଡା ଥାନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ମୃତକ ପରିବାର କୁ ବୁଝାସୁଝା କରିଛନ୍ତି । ଅଧିକ ପଢନ୍ତୁ...

ପ୍ରଶାସନର ଅବହେଳା ଯୋଗୁଁ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ଅଭିଯୋଗ,ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଭଞ୍ଜନଗର: ପ୍ରଶାସନର ଅବହେଳା ଯୋଗୁଁ କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ଅଭିଯୋଗ । ସ୍ବାବ୍ ଟେଷ୍ଟ ପାଇଁ ପ୍ରଶାସନ ପାଖରେ ବାରମ୍ବାର ବାରମ୍ବାର ଜଣାଇଥିଲେ ମଧ୍ୟ ଟେଷ୍ଟ କରିନଥିବା ଅଭିଯୋଗ । କୋରୋନା ଯୋଦ୍ଧା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ମୃତଦେହ ରଖି ଆସିକା ଓ ନୟାଗଡ଼ ଯିବା ଆସିବା ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟଲୋକେ ।

ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗାଁରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟ ଘଟିଛି । ମୃତ ଅଙ୍ଗନବାଡ଼ି କର୍ମୀ ହେଲେ ଭାରତୀ ସ୍ବାଇଁ । ସେ ଗତ କିଛି ଦିନ ହେବ ଜ୍ଵରରେ ପୀଡ଼ିତ ଥିଲେ । ତାଙ୍କୁ ବୁଗୁଡା ସରକାରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସେ କୋରୋନା ଯୋଦ୍ଧା ଭାବେ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ବହୁବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରୀ କରିଥିଲେ ମଧ୍ୟ ଟେଷ୍ଟ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ । ଯାହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ବୁଗୁଡା ମେଡ଼ିକାଲରେ ଭଙ୍ଗାରୁଜା କରିଥିଲେ । ଏହାପରେ ମୃତଦେହକୁ ଧରି ଆସିକା ଓ ନୟାଗଡ଼ ଯିବା ଆସିବା ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଘଟଣାସ୍ଥଳରେ ବୁଗୁଡା ଥାନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିଛନ୍ତି । ଏହା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.