ETV Bharat / state

6 ବ୍ୟବସାୟୀ କୋରୋନା ଚିହ୍ନଟ; ଝାଲିଆଗୋଚ୍ଛା ଗାଁ କଣ୍ଟେନମେଣ୍ଟ ଜୋନ ଘୋଷିତ

author img

By

Published : Jun 19, 2020, 6:10 PM IST

Updated : Jun 19, 2020, 9:42 PM IST

ବ୍ରାହ୍ମଣପଦର ପଞ୍ଜାୟତର ଝାଲିଆଗୋଚ୍ଛା ଗ୍ରାମରେ 6 ବ୍ୟବସାୟୀ କୋରୋନା ପଜିଟିଭ ବାହାରିବା ପରେ ସେମାନଙ୍କୁ ଭଞ୍ଜନଗର କୋଭିଡ କେୟାରକୁ ପଠାଇ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଝାଲିଆଗୋଚ୍ଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇ ବାଉଁଶ ବାଡ଼ ପକାଇ ସିଲ କରାଯାଇଛି ।

6 ବ୍ୟବସାୟୀ କୋରୋନା ଚିହ୍ନଟ;  ଝାଲିଆଗୋଚ୍ଛା ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା

ଭଞ୍ଜନଗର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବାବେଳେ କିଛି ସୁସ୍ଥ ହୋଇ ଘରକୁ ଫେରିଲେଣି । ଏପଟେ ପୁଣି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବ୍ରାହ୍ମଣପଦର ପଞ୍ଜାୟତର ଝାଲିଆଗୋଚ୍ଛା ଗ୍ରାମରେ 6 ବ୍ୟବସାୟୀ କୋରୋନା ପଜିଟିଭ ବାହାରିବା ପରେ ସେମାନଙ୍କୁ ଭଞ୍ଜନଗର କୋଭିଡ କେୟାରକୁ ପଠାଇ ଦିଆଯାଇଛି ।

6 ବ୍ୟବସାୟୀ କୋରୋନା ଚିହ୍ନଟ; ଝାଲିଆଗୋଚ୍ଛା ଗାଁ କଣ୍ଟେନମେଣ୍ଟ ଜୋନ ଘୋଷିତ

ପ୍ରଶାସନ ପକ୍ଷରୁ ଝାଲିଆଗୋଚ୍ଛା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ କରାଯାଇ ବାଉଁଶ ବାଡ଼ ପକାଇ ସିଲ କରାଯାଇଛି । ଏଥି ସହିତ ବ୍ରାହ୍ମଣପଦର ଗ୍ରାମକୁ ବଫର ଜୋନ କରାଯାଇଛି । ସେହିପରି ନିକଟ ଗାଲେରୀ ପଞ୍ଚାୟତର ଗାଲେରୀ ଓ ବିଲୁଆପଡ଼ା ଗ୍ରାମକୁ ବଫର ଜୋନ କରାଯାଇଛି । ଝାଲିଆଗୋଚ୍ଛା ଗ୍ରାମର ଛଅ ଜଣ ବ୍ୟବସାୟୀ କୋରୋନା ଚିହ୍ନଟ ପରେ କାଳେ ଗୋଷ୍ଠୀ ସଂକ୍ରମଣ ହୋଇଯିବ ସେଥିଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କାରଣ ବ୍ୟବସାୟୀମାନେ ଗାଲେରୀ ଅଞ୍ଚଳରେ ବହୁଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି । ଶୁକ୍ରବାର ଦମକଳ ବାହିନୀ ଝାଲିଆଗୋଚ୍ଛା ଗ୍ରାମକୁ ବିଶୋଧନ କରିବା ସହିତ ସମସ୍ତ ସ୍କୁଲକୁ ମଧ୍ୟ ବିଶୋଧନ କରି ଫେରିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Last Updated : Jun 19, 2020, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.