ବ୍ରହ୍ମପୁର: ମହାମାରୀ କୋରୋନାକୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ନୂତନ ନିର୍ଦ୍ଦେଶନାମା । ଏଣିକି ଜିଲ୍ଲାର ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
![corona-fight-spitting-in-public-places-will-be-penalised-with-rs-500-slash](https://etvbharatimages.akamaized.net/etvbharat/prod-images/od-bam-spitting-in-public-places-penalty-7205524_15042020102729_1504f_1586926649_127.jpg)
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବା ସହ ଏଥିପ୍ରତି ସମସ୍ତେ ସଚେତନ ହେବାକୁ ଆହ୍ବାନ କରିଛନ୍ତି । ଏଥିସହ ସମସ୍ତଙ୍କ ପାଇଁ ମାସ୍କ ଜରୁରୀ ବୋଲି କୁହାଯାଇଛି । କୋରୋନା ରୂପକ ମହାମାରୀର ଚେନକୁ ଭାଙ୍ଗିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଇତି ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିବାର ନଜର ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ