ଭଞ୍ଜନଗର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ତତ୍ପର । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମେଡିକାଲ, ଜେଲ, ବସଷ୍ଟାଣ୍ଡ ଆଦି ସାନିଟାଇଜ କରାଯାଉଛି ।
ଏପରିକି ସହରର କୋଣ ଅନୁକୋଣରେ ଦମକଳ ବାହିନୀଙ୍କ ଦ୍ବାରା ବିଶୋଧନ କରାଯାଉଥିବା ଦେଖିବାକୁ ମିଳିଛି । ଏହି କୋରୋନାକୁ ରୋକିବା ପାଇଁ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିବାବେଳେ ଭଞ୍ଜନଗର ସହର ଏକ ପ୍ରକାର ଶୂନଶାନ ହୋଇଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ