ETV Bharat / state

ଗଞ୍ଜାମକୁ ନଂ-1 ଜିଲ୍ଲା କରିବା ପାଇଁ ମିଳୁଥିବା ପ୍ରତିଶ୍ରୁତି ପୂରଣ ହୋଇନି: ବିଜୟ ପଟ୍ଟନାୟକ

ଦୁଇ ଦିନିଆ ଗଞ୍ଜାମ ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କହିଲେ ଗଞ୍ଜାମକୁ ଏକ ନମ୍ୱର ଜିଲ୍ଲା କରିବା ପାଇଁ ମିଳୁଥିବା ପ୍ରତିଶ୍ରୁତି ପୂରଣ ହୋଇନି । ଅଧିକ ପଢନ୍ତୁ

ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ
ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ
author img

By

Published : Apr 7, 2023, 8:46 AM IST

ବିଜୟ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ

ବ୍ରହ୍ମପର: ଗଞ୍ଜାମକୁ ଏକ ନମ୍ୱର ଜିଲ୍ଲା କରିବା ପାଇଁ ବାରମ୍ବାର ଯେଉଁ ପ୍ରତିଶ୍ରୁତି ମିଳିଛି ତାହା ପୂରଣ ହୋଇନି । କଂଗ୍ରେସ କ୍ଷମତାକୁ ଫେରିଲେ କଥାରେ ନୁହେଁ ଏହାକୁ କାର୍ଯ୍ୟରେ କରି ଦେଖାଇବ । ଗଞ୍ଜାମ ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ହେଲେ ଜିଲ୍ଲାରୁ କେତେ ସଂଖ୍ୟକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ତାହାର ନିର୍ଦ୍ଧିଷ୍ଟ ତଥ୍ୟ ସରକାରଙ୍କ ପାଖରେ ନରହିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସିଥିବାବେଳେ ଜିଲ୍ଲାର ବିଭିନ୍ନ ସମସ୍ୟା ଉଠାଇ ଏପରି ଭାବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।

ବ୍ରହ୍ମପୁର ସହର ଉପକଣ୍ଠ କୁକୁଡାଖଣ୍ଡି ଡାକବଙ୍ଗଳା ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସରକାରର କାର୍ଯ୍ୟକୁ ନେଇ ବିଜୟ ସମାଲୋଚନା କରିଛନ୍ତି । ଜିଲ୍ଲାରେ ସରକାରୀ ଅଧିକାରୀମାନେ ବହୁମାତ୍ରାରେ ଶାସକ ଦଳର କାର୍ଯ୍ୟ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ଏହି ବ୍ୟବସ୍ଥାକୁ ସୁଧାରିବା ଆବଶ୍ୟକ । ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ହୋଇଥିବାରୁ ଏଠାରେ ଅଧିକାରୀମାନେ ନିରପେକ୍ଷ ଭାବରେ କାମ କରିବାକୁ ବିଜୟ ଆହ୍ୱାନ କରିଛନ୍ତି । ନଚେତ୍ ଗଣତନ୍ତ୍ରର ବିଲୋପ ହେବ ।

ଗଞ୍ଜାମ ଜିଲ୍ଲାର ମୁଖ୍ୟ ସମସ୍ୟା ଦାଦନ ହୋଇଥିବା ବେଳେ ଏହି ଜିଲ୍ଲାରୁ କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନରହିବା ଘଟଣାକୁ ନେଇ କଂଗ୍ରେସ ନେତା କ୍ଷୋଭ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଲୋକ ରହୁଥିବାରୁ ଏଠାରେ କପାକୁ ବ୍ୟବହାର କରି ସୂତା ଏବଂ ଉକ୍ତ ସୂତାକୁ ବ୍ୟବହାର କରି ଟେକ୍ସଟାଇଲ୍ ମିଲ୍ ହୋଇପାରନ୍ତା । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଇଛନ୍ତି । ହେଲେ ଏଠାରେ ଯଦି ଟେକ୍ସଟାଇଲ କିମ୍ୱା ଅଟୋ ମୋବାଇଲ୍ କମ୍ଲେକ୍ସ କରିଥାନ୍ତେ ଅନେକ ଉପକୃତ ହୋଇପାରିଥାନ୍ତେ ବୋଲି ସେ କହିଛନ୍ତି ।

ବିଜୟ ପଟ୍ଟନାୟକ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ଜମି ରହିଛି ହେଲେ ନୂତନ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ପୂର୍ବରୁ ଯେଉଁ ଶିଳ୍ପ ରହିଥିଲା ସେଗୁଡିକ ମଧ୍ୟରୁ ଅନେକ ବନ୍ଦ ହୋଇଯାଇଛି ଅବା ବନ୍ଦ ହେବାକୁ ଯାଉଛି । କଂଗ୍ରେସ ସରକାର ଅମଳରେ ପ୍ରତିଷ୍ଠା ହୋଇଥିବା ସ୍କିନିଙ୍ଗ୍ ମିଲ ବନ୍ଦ ପଡିଥିବା ବେଳେ ତାହାର ପୁନଃରୁଦ୍ଧାର ପାଇଁ ଚେଷ୍ଟା କରାଯାଉ ନାହିଁ । ଆସିକା ଚିନି କଳର ଅବସ୍ଥା ମଧ୍ୟ ଶୋଚନୀୟ । ଏପରି ଆହୁରି ଅନେକ ସମସ୍ୟା ରହିଛି । ରାଜ୍ୟରେ ଶିଳ୍ପାୟନ ପାଇଁ ଯାହା ଭିତ୍ତିଭୂମି ଦରକାର ଥିଲା ସେ ମୁଖ୍ୟ ଶାସନ ସଚିବ ଥିବା ସମୟରେ ସେସବୁ କରାଯାଇଥିଲା । ଆଜି ମଧ୍ୟ ସେହି ଭିତ୍ତିଭୂମି ଅବ୍ୟବହୃତ ହୋଇ ପଡିରହିଛି । କଂଗ୍ରେସ ଦଳ କେବେ ପ୍ରତିଶ୍ରୁତିରେ ବିଶ୍ୱାସ କରେ ନାହିଁ । ଗଞ୍ଜାମ ଜିଲ୍ଲା ଓଡି଼ଶାରେ କେମିତି ଏକ ନମ୍ୱର ଜିଲ୍ଲା ହେବ ତାହା କଂଗ୍ରେସ କରିକି ଦେଖାଇଦେବ ବୋଲି ସେ କହିଛନ୍ତି ।

ଜାଲ ସାର୍ଟିଫିକେଟ ଘଟଣା ସମ୍ପର୍କରେ କହିଛନ୍ତି, ରାଜ୍ୟରେ ଏଭଳି ଚେର ଲମ୍ୱି ରହିଛି । ଜନସାଧାରଣ ଜାଣିଛନ୍ତି ଯଦି ପ୍ରଶାସନ କେମିତି ଜାଣିନାହାନ୍ତି । ଏହି ଘଟଣାର ମୂଳତ୍ପୋଟନ କରାନଗଲେ ମେଧାବୀ ଛାତ୍ରଛାତ୍ରୀ ହତୋତ୍ସାହିତ ହେବେ । ସେହିପରି ରାଜ୍ୟରେ ଅବସରପ୍ରାପ୍ତ ଅଧିକାରୀ ପୁଣିଥରେ ଚାକିରିରେ ନିଯୁକ୍ତ ପାଇବା ଉଚିତ ନୁହେଁ ବୋଲି କହିବା ସହ ଏହାଦ୍ୱାରା ଯେଉଁ ଯୁବକ ଯୁବତୀମାନେ ଚାକିରି ଖୋଜୁଛନ୍ତି ସେମାନଙ୍କ ବ୍ୟବସ୍ଥା କ୍ଷେତ୍ରରେ ସଙ୍କୁଚିତ ହେବ । ଯେଉଁମାନେ ସରକାରଙ୍କ ନିୟମିତ ନିଯୁକ୍ତିରେ ଆସିବେ ସେମାନଙ୍କ ପାଇଁ ଶୃଙ୍ଖଳିତ ନିଯୁକ୍ତି ରୁଲ ରହିଛି । ଏଣୁ ଏପରି ବ୍ୟବସ୍ଥା ସଂପୂର୍ଣ୍ଣ ଭୁଲ ବୋଲି ବିଜୟ କହିଛନ୍ତି । ଅବସର ଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କ କଥା ଶୁଣିବେ ବୋଲି ଏଭଳି ନିଯୁକ୍ତି ଦିଆଯାଉଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ।

୫-ଟିକୁ ସମାଲୋଚନା କରି ବିଜୟ କହିଛନ୍ତି, ରାଜ୍ୟରେ ୫-ଟି କଣ ସରକାର ତାହା ପ୍ରଥମେ ସ୍ପଷ୍ଟ କରିବା ଦରକାର । ଏହା ଏକ ବିଭାଗ ନା ଚିନ୍ତାଧାରା, ନା ଗୋଟେ ସ୍ଲୋଗାନ । ୫ଟି ବୋଲି ଗୋଟିଏ ବିଭାଗ କରି ସଚିବ ନିଯୁକ୍ତି କରାଯିବା, ସରକାରୀ ବ୍ୟବସ୍ଥାରେ ମୁଖ୍ୟ ଶାସନ ସଚିବ ରହିଥିଲେ ମଧ୍ୟ ତାହାକୁ ନେଇ ସମାନ୍ତରାଳ ବ୍ୟବସ୍ଥା କରାଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ବୁଧବାର କଂଗ୍ରେସ ନେତା ବିଜୟ ପଟ୍ଟନୟକ ବ୍ରହ୍ମପୁର ସ୍ଥିତ ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରାରେ ସାମିଲ ହୋଇ ମାଆଙ୍କୁ ଅସ୍ଥାୟୀ ମନ୍ଦିରରରେ ଦର୍ଶନ କରିଥିବା ବେଳେ ଦ୍ୱିତୀୟ ଦିନରେ ନିଜ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.