ETV Bharat / state

Mission Shakti Scooter Scheme: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ମିଶନ ଶକ୍ତିର ୧୫୦୦ ମହିଳାଙ୍କୁ ମିଳିଲା ସ୍କୁଟର

ଗମନାଗମନ ସୁବିଧା ଶୁଭାରମ୍ଭ କଲେ ମିଶନଶକ୍ତି ସ୍କୁଟର ଯୋଜନା । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
author img

By ETV Bharat Odisha Team

Published : Oct 12, 2023, 12:22 PM IST

Updated : Oct 12, 2023, 2:16 PM IST

Mission Shakti Scooter Scheme

ବ୍ରହ୍ମପୁର : ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଗତକାଲି ଭିଡିଓ କନଫରେନ୍ସ ମାଧ୍ୟମରେ ଏକା ସାଙ୍ଗରେ 30ଟି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୨ ବ୍ଲକର ୧୫୦୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ସ୍କୁଟର ପ୍ରଦାନ କରାଯାଇଛି । ସ୍କୁଟର୍‌ ପାଇବା ଫଳରେ SHG ମହିଳାମାନଙ୍କୁ ପୂର୍ବ ଭଳି ଆଉ ବସ୍‌, ଅଟୋକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫଳରେ ସେମାନେ ଅଳ୍ପ ସମୟ ମଧ୍ୟରେ ଅଧିକ କାମ କରିପାରିବେ ।

ତେବେ ଜିଲ୍ଲାର ୨୨ ଗୋଟି ବ୍ଲକର ୫ ହଜାର ୨୧୨ ମହିଳାଙ୍କୁ ଏହି ଯୋଜନାରେ ସ୍କୁଟି ପ୍ରଦାନ କରିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମରେ ୧୫୦୦ ଜଣଙ୍କୁ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମିଶନ ଶକ୍ତି ସ୍କୁଟର ଯୋଜନା କିଭଳି ଭାବେ ଗଞ୍ଜାମ ଜିଲ୍ଲାରେ ସଫଳ ହେବ ସେଥି ନିମନ୍ତେ ସମସ୍ତ ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ । ଏଥି ସହ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଇସି ସଦସ୍ୟାମାନେ ଗାଁ ଗାଁ ବୁଲି ଉତ୍ତମ ସେବା ଯୋଗାଇ ପାରିବେ । ଏଥିପାଇଁ ଓଡ଼ିଶା ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ଏହାକୁ ୪ ବର୍ଷ ମଧ୍ୟରେ ଅର୍ଥାତ ୪୮ଟି କିସ୍ତିରେ ଋଣ ପରିଶୋଧ କରିବେ ।

ଏହା ମଧ୍ୟ ପଢନ୍ତୁ- ରାୟଗଡା଼ରେ ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା, ପ୍ରଥମ ପର୍ଯ୍ୟାୟରେ ମିଳିଲା 77 ସ୍କୁଟର

ସେହିପରି ଗତକାଲି ରାୟଗଡ଼ାରେ ମଧ୍ୟ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଜିଲ୍ଲାର 11ଟି ବ୍ଲକର 77 ଜଣ ମିଶନ ଶକ୍ତି ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ସ୍କୁଟର ପ୍ରଦାନ କରିଛନ୍ତି । ସ୍କୁଟର ପାଇବା ଫଳରେ SHG ମହିଳାମାନଙ୍କୁ ପୂର୍ବ ଭଳି ଆଉ ବସ, ଅଟୋକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫଳରେ ସେମାନେ ଅଳ୍ପ ସମୟ ମଧ୍ୟରେ ଅଧିକ କାମ କରିପାରିବେ । ରାୟଗଡ଼ାରେ ସ୍କୁଟର ପାଇଥିବା ମହିଳାମାନେ ଏନେଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ଗଢି ଉଠିଥିବା ମିଶନ ଶକ୍ତି ଗୁଡିକୁ ମଧ୍ୟ ଏଥିରେ ସମ୍ପୃକ୍ତ କରାଯିବ ବୋଲି ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ସୂଚନା ଦେଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Oct 12, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.