ବ୍ରହ୍ମପୁର: କୋରୋନା ନେଲା କୋଭିଡ ଯୋଦ୍ଧାଙ୍କ ଜୀବନ । ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ଅନେକ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି ।
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକର ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ରହିଥିବା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କୋରୋନା ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୪୫ ବର୍ଷୀୟ ଭାରପ୍ରାପ୍ତ ଅଧିକାରୀ ଡାକ୍ତର ବି . କ୍ରିଷ୍ଣା ରବିବାର ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନାଥାଉକି ଗତ ୪ ତାରିଖରେ ସ୍ବର୍ଗତ ଡାକ୍ତର ବି. କ୍ରିଷ୍ଣା ପୁରୁଷୋତ୍ତମପୁର ବ୍ଲକ ରାଣୀ ଗ୍ରାମ ଠାରେ ଲୋକଙ୍କ ଲାଗି ହୋଇଥିବା ଟେଷ୍ଟିଂ ସେଣ୍ଟର କ୍ୟାମ୍ପରେ ନିଜର ସ୍ବାବ ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିବା ପରେ ଗତ ୫ତାରିଖରେ ଭୁବନେଶ୍ବର କିମସ ହସପିଟାଲରେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ଜିଲ୍ଲାର କୋରୋନା ଯୋଦ୍ଧା ଭାବରେ ପ୍ରଥମ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହାକୁ ନେଇ ସାରା ଜିଲ୍ଲାରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପହଞ୍ଚିବା ପରେ ଉଭୟ ଭାଟକୁମରଡା ଓ ପୁରୁଷୋତ୍ତମପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଶୋକର ଛାୟା ଖେଳିଯାଇଛି । ଏନେଇ ସ୍ବାସ୍ଥକେନ୍ଦ୍ରର କର୍ମଚାରୀ ଓ ଡାକ୍ତର ମାନେ ଶୋକ ପ୍ରକାଶ କରିବା ସହ ଅମର ଅତ୍ମାର ସଦଗତି କାମନା କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ