ETV Bharat / state

ଜନ ଔଷଧି ପାଇଁ ଲାଞ୍ଚ କାରବାର, କେନ୍ଦ୍ରୀୟ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ - ଜନ ଔଷଧି ବିଭାଗର ଫାର୍ମାସୁଇଟିକାଲ ଆଣ୍ଡ ମେଡିକାଲ

ଜନ ଔଷଧି ପାଇଁ ଲାଞ୍ଚ କାରବାର । ଲାଞ୍ଚ କାରବାର ବେଳେ PMBIର ମାର୍କେଟିଂ ଅଫିସର ସ୍ଵରୁପ ପଣ୍ଡାଙ୍କୁ ଗିରଫ କରିଛି ସିବିଆଇ । ଅଧିକ ପଢନ୍ତୁ

ଜନ ଔଷଧି ପାଇଁ ଲାଞ୍ଚ କାରବାର
ଜନ ଔଷଧି ପାଇଁ ଲାଞ୍ଚ କାରବାର
author img

By

Published : Nov 14, 2022, 5:42 PM IST

Updated : Nov 14, 2022, 11:06 PM IST

ବ୍ରହ୍ମପୁର/ଭୁବନେଶ୍ୱର: ସିବିଆଇ ଜାଲରେ କେନ୍ଦ୍ରୀୟ କର୍ମଚାରୀ । ଲାଞ୍ଚ କାରବାର ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଧରିଲା CBI। ଜନ ଔଷଧି ବିଭାଗର ଫାର୍ମାସୁଇଟିକାଲ ଆଣ୍ଡ ମେଡିକାଲ ଡିଭାଇସେସ ବ୍ୟୁରୋ ଅଫ ଇଣ୍ଡିଆ (PMBI)ର ମାର୍କେଟିଂ ଅଫିସର ସ୍ଵରୁପ ପଣ୍ଡାଙ୍କୁ ଗିରଫ କରିଛି ସିବିଆଇ । ବ୍ରହ୍ମପୁରର ହରେକ୍ରିଷ୍ଣା ନଗରରେ ଜଣେ ବ୍ୟବସାୟୀଙ୍କ ନାରେ ଜନ ଔଷଧି ପରିଯୋଜନାରେ ଏକ ସେଣ୍ଟର ଖୋଲିବା ପାଇଁ ଅନୁମତି ଦେବାକୁ ୧୫ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭୁବନେଶ୍ୱର ସିବିଆଇ ଜୋନାଲ ୟୁନିଟ‌ ।

ଜନ ଔଷଧି ପାଇଁ ଲାଞ୍ଚ କାରବାର, କେନ୍ଦ୍ରୀୟ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଫାର୍ମାସୁଟିକାଲ ଫର୍ଟିଲାଇଜର ମନ୍ତ୍ରଣାଳୟର (Pharmaceuticals and Medical Devices Bureau of India) ଜନ ଔଷଧି ପରିଯୋଜନାରେ ଜେନେରିକ ମେଡିସିନ ବିକ୍ରି ପାଇଁ କେନ୍ଦ୍ରସରକାରଙ୍କ ଏକ ଆଉଟଲେଟ ଖୋଲାଯାଇଥିଲା। ଏନେଇ ବ୍ରହ୍ମପୁରରେ ଏକ ସେଣ୍ଟର‌ ଖୋଲିବା ପାଇଁ ବ୍ୟବସାୟୀ ଦିବାକର ନାମକ ଜଣେ ବ୍ୟକ୍ତି ଆଗ୍ରହୀ ଥିଲେ, ଏଥିପାଇଁ ଆବେଦନ ମଧ୍ୟ କରିଥିଲେ‌। ତେବେ ଏହି ବିଭାଗ ଅଧିନରେ ଆସୁଥିବା କେନ୍ଦ୍ରୀୟ କର୍ମଚାରୀ ସ୍ଵରୁପ ପଣ୍ଡାଙ୍କ ହାତରେ ଇଚ୍ଛୁକ ବ୍ୟବସାୟୀଙ୍କ ଭେରିଫିକେସନ କରି ଅନୁମତି ଦେବାର ପ୍ରାବଧାନ ରହିଥିଲା। ଯାହାର ଫାଇଦା ନେଇ ବ୍ୟବସାୟୀ ଦିବାକରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସ୍ବରୁପ ପଣ୍ଡା ।

ଦିବାକର ସେଣ୍ଟର ଖୋଲିବା ପାଇଁ ଏଥିରେ ରାଜି ହୋଇ ୧୫ ହଜାର ଟଙ୍କା ଦେବେ ବୋଲି କହିଥିଲେ । ଏନେଇ ଦିବାକର ସ୍ବରୁପଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ‌। ଆଜି ହରେକ୍ରିଷ୍ଣାନଗର ପାଖରେ ଥିବା ଏକ ବ୍ୟାଟମିଟନ କୋର୍ଟ ପାଖରେ ଦିବାକରଙ୍କ ଠାରୁ ଲାଞ୍ଚ ନେବା ବେଳେ PMBI ମାର୍କେଟିଂ ଅଫିସରଙ୍କୁ ଧରିଥିଲା ସିବିଆଇ ଟିମ।ଏନେଇ ପିସି ଆକ୍ଟରେ ଗିରଫ କରି ସ୍ବରୁପଙ୍କୁ ଭୁବନେଶ୍ୱର ଆଣୁଛି ସିବିଆଇ ଟିମ।

ଇଟିଭି ଭାରତ, ବ୍ରହ୍ମପୁର/ଭୁବନେଶ୍ୱର

Last Updated : Nov 14, 2022, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.