ETV Bharat / state

ଉତ୍ତରପ୍ରଦେଶ ଚାଲାଣ ବେଳେ ଧରାପଡିଲା ଗଞ୍ଜେଇ ବୋଝେଇ ଟ୍ରକ, ୨୪୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Feb 5, 2023, 6:55 PM IST

ବ୍ରହ୍ମପୁରରେ ଧରାପଡିଛି ଗଞ୍ଜେଇ ବୋଝେଇ ଟ୍ରକ । ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ଏଥିରେ ୨୪୦ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଟ୍ରକ ଚାଳକକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ଠାରେ ଧରାପଡିଛି ଗଞ୍ଜେଇ ବୋଝେଇ ଟ୍ରକ

ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁରରେ ଧରା ପଡିଛି ଗଞ୍ଜେଇ ବୋଝେଇ ଟ୍ରକ । ଏହି ଟ୍ରକରେ ପ୍ରାୟ ୨୪୦ କିଲୋଗ୍ରାମ ଓଜନର ଗଞ୍ଜେଇ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ସୂଚନା ମିଳିଛି । ଚଢ଼ାଉ ସମୟରେ ଜଣେ ଗାଡିଚାଳକକୁ ଗିରଫ କରାଯାଇଥିବା ବେଳେ ଆଗାମୀ ଗଞ୍ଜେଇ ଅମଳକୁ ଲକ୍ଷ୍ୟ କରି ସ୍ବତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚଢାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ।

ଗଜପତି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଅମଳ କରାଯାଇ ସେଗୁଡ଼ିକୁ ଉତ୍ତରପ୍ରଦେଶ ଚାଲାଣ କରାଯାଉଥିଲା । ତେବେ ଏହା ବ୍ରହ୍ମପୁର ଦେଇ ଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଏହି ଆଧାରରେ ସହରର ପୋକଡିବନ୍ଧ ଛକ ନିକଟରେ ଅପେକ୍ଷା କରି ରହିଥିଲେ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳୀ ସାହୁ ଏବଂ ତାଙ୍କ ଟିମ୍ । ଗଞ୍ଜେଇ ବୋଝେଇ ଟ୍ରକ ଗଜପତିରୁ ଆସୁଥିବା ବେଳେ ପୋକଡିବନ୍ଧ ଛକ ନିକଟରେ ଚଢ଼ାଉ କରିଥିଲା ଏହି ଅବକାରୀ ଟିମ । ଏଥିରେ ଟ୍ରକ ଚାଳକକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ଉତ୍ତରପ୍ରଦେଶର ମହମ୍ମଦ ରିୱାଜ୍ ହୋଇଥିବା ବେଳେ ଜବତ ଗଞ୍ଜେଇ ସହ ଟ୍ରକର ଆନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।

ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ବାରମ୍ବାର ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସରକାରଙ୍କ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷ ସମ୍ପର୍କରେ ଡ୍ରୋନ୍ ସାହାଯ୍ୟରେ ସମସ୍ତ ତଥ୍ୟ ରଖାଯାଉଥିବା କୁହାଯାଉଛି । ତେବେ ଆଗାମୀ ଦିନରେ ଏହି ଚଢାଉ ଆହୁରି ବ୍ୟାପକ ହେବ ବୋଲି ନୂତନ ଦାୟିତ୍ବ ଗ୍ରହଣ କରିଥିବା ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ଇଟିଭି ଭାରତ ସହିତ ଆଲୋଚନା ସମୟରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.