ETV Bharat / state

ସମିତି ସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଷଡଯନ୍ତ୍ର, ଉପଜିଲ୍ଲାପାଳଙ୍କୁ ଭେଟିଲେ ପ୍ରାର୍ଥୀ - ଭଞ୍ଜନଗରରେ ପ୍ରାର୍ଥୀପତ୍ର ନାକଚ ଷଡଯନ୍ତ୍ର

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ସମିତିସଭ୍ୟ ପ୍ରାର୍ଥୀ କବିରାଜ ବେହେରା ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ପ୍ରାର୍ଥୀତ୍ବକୁ ରାଜନୈତିକ ଷଡଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କବିରାଜ । ଅଧିକ ପଢନ୍ତୁ

ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଷଡଯନ୍ତ୍ର

author img

By

Published : Jan 23, 2022, 10:17 AM IST

ଭଞ୍ଜନଗର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି ପାଣିପାଗ । ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । 25 ତାରିଖରେ ନିର୍ବାଚନ କମିଶନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ । ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ସମିତିସଭ୍ୟ ପ୍ରାର୍ଥୀ କବିରାଜ ବେହେରା ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କ ପ୍ରାର୍ଥୀତ୍ବକୁ ରାଜନୈତିକ ଷଡଯନ୍ତ୍ର କରି ନାକଚ କରିବା ପାଇଁ ଯୋଜନା ଚାଲିଥିବା ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କବିରାଜ ।

ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ କରିବାକୁ ଷଡଯନ୍ତ୍ର

ଅଭିଯୋଗ ଅନୁଯାୟୀ ଜଗନ୍ନାଥପ୍ରସାଦ ପଞ୍ଚାୟତର ସମିତିସଭ୍ୟ ପଦବୀ ଅନୁସୂଚିତ ଜାତିଙ୍କ ଲାଗି ସଂରକ୍ଷିତ ରହିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ଜାତିଗତ ପ୍ରମାଣ ପତ୍ର ସହ ନାମାଙ୍କନ ଦାଖଲ କରିଥିଲେ କବିରାଜ । କିନ୍ତୁ ସ୍ଥାନୀୟ ପ୍ରଶାସନ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିବା ପାଇଁ ଷଡଯନ୍ତ୍ର ଚାଲିଥିବା ବିଶ୍ବସ୍ତ ସୁତ୍ରରୁ ସେ ଜାଣିବାକୁ ପାଇଥିଲେ ।

ପ୍ରାର୍ଥୀପତ୍ର ନାକଚ ହେବା ଆଶଙ୍କା କରି ସେଠାରେ ଅସନ୍ତୋଷ ସୃଷ୍ଟି ହେବା ସହ କବିରାଜ ନିଜ ସର୍ମଥକଙ୍କ ସହ ଉପଜିଲ୍ଲାପାଳଙ୍କୁ ଭେଟିଥିଲେ । ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ ନକରି ସେ ଦାଖଲ କରିଥିବା ପ୍ରମାଣପତ୍ର ଆଧାରରେ ପ୍ରାର୍ଥୀପତ୍ର କାଏମ ରଖି ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଜଗନ୍ନାଥପ୍ରସାଦ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.