ବ୍ରହ୍ମପୁର: ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଅନ୍ତିମ ଦିନରେ ବ୍ରହ୍ମପୁର ମହାନଗର ନିଗମରେ ୧୦୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବ୍ରହ୍ମପୁର ମହାନଗର ନିଗମରେ ଶେଷ ଦିନରେ ଫର୍ମ ପୂରଣ କରିଥିବା ୧୦୨ ପ୍ରାର୍ଥୀଙ୍କ ମଧ୍ୟରୁ କର୍ପୋରେଟର ପ୍ରାର୍ଥୀ ଏବଂ ସାତ ମେୟର ପ୍ରାର୍ଥୀ ରହିଛନ୍ତି।
ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି କର୍ପୋରେଟର ଆସନ ପାଇଁ ଶେଷ ଦିନରେ ଦଳୀୟ ପ୍ରାର୍ଥୀଙ୍କ ସମେତ ବିଭିନ୍ନ ସ୍ବାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ନିଜ ଦଳୀୟ ସମର୍ଥକ ଓ କର୍ମକର୍ତ୍ତାଙ୍କୁ ନେଇ ଫର୍ମ ପୂରଣ କରିଛନ୍ତି । ତେବେ ଆଜିଠୁ ସହରାଞ୍ଚଳ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେବ। ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ ପ୍ରାର୍ଥୀ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ