ETV Bharat / state

ବ୍ରହ୍ମପୁରରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ - berhampur police

ବ୍ରହ୍ମପୁରରୁ ଜବତ ହୋଇଛି ୨୯ ଗ୍ରାମର ଧଳାଜହର । କାରବାରରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅପରାଧୀଙ୍କୁ କାବୁ କରିବାକୁ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଚାଲିଛି ଅପରେସନ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ବ୍ରାଉନସୁଗର ରାକେଟ୍
ବ୍ରହ୍ମପୁରରେ ବ୍ରାଉନସୁଗର ରାକେଟ୍
author img

By

Published : May 24, 2023, 3:59 PM IST

ବ୍ରହ୍ମପୁର : ବ୍ରହ୍ମପୁରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ଧଳାଜହର କାରବାର । ଗୋଟିଏ ପରେ ଗୋଟିଏ ସ୍ଥାନରୁ ଧରାପଡ଼ୁଛି ବ୍ରାଉନସୁଗର ରାକେଟ୍ । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ପୁଣି ଥରେ ଦୁଇ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ତେବେ ଅପରାଧୀଙ୍କୁ ଗିରଫ କରାଯାଉଥିଲେ ମଧ୍ୟ ଏହି ଧଳାଜହତ କାରବାରରେ ନୂତନ ବ୍ୟକ୍ତିବିଶେଷ ସାମିଲ ରହୁଥିବା ଦେଖିବାକୁ ମିଳିଛି ।

ଏଭଳି ସାଂଘାତିକ ନିଶା ପ୍ରତି ବିଶେଷ କରି ଯୁବପିଢୀ ବହୁ ପରିମାଣରେ ଆକୃଷ୍ଟ ହେଉଛନ୍ତି । ଯାହାକି ସେମାନଙ୍କୁ ପଥଭ୍ରଷ୍ଟ କରୁଛି । ବ୍ରହ୍ମପୁର ସହର ଟାଉନ ଥାନା ଅନ୍ତର୍ଗତ ଖଲ୍ଲିକୋଟ କଲେଜ ଖେଳପଡିଆରେ ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ସେମାନଙ୍କଠାରୁ ପୋଲିସ ପ୍ରାୟ ୧୦ଟି ବ୍ରାଉନ୍‌ସୁଗର ପ୍ୟାକେଟ୍‌ ଜବତ କରିଛି । ଯାହର ଓଜନ ପ୍ରାୟ ୨୯ ଗ୍ରାମ ହେବ ବୋଲି ଜଣାପଡ଼ିଛି । ଏହାସହ ଗୋଟିଏ ମୋବାଇଲ ଫୋନ୍ ଏବଂ ନଗଦ ୪ହଜାର ୨୭୦ ଟଙ୍କା ଜବତ ହୋଇଛି ।

ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ ଓ ରୁତୁରଞ୍ଜନ ନମାଇ ଓରଫ ଚିକୁ । ଗତ କିଛି ଦିନ ଧରି ଏହି ଦୁଇ ଯୁବକ ବ୍ରହ୍ମପୁର ସହରର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଧଳାଜହର ବିକ୍ରି କରି ଆସୁଥିଲେ । ଖବର ପାଇ ପୋଲିସ ଅଚାନକ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିବାରେ ସକ୍ଷମ ହୋଇଛି । ଉଭୟଙ୍କ ନାଁରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି । ଅଭିଯୁକ୍ତ ରଞ୍ଜନ ନାଁ ରେ ବ୍ରହ୍ମପୁର ସହରର ଟାଉନ୍ ଥାନା ଏବଂ ବଡବଜାର ଥାନାରେ ପ୍ରାୟ ୮ରୁ ଊର୍ଦ୍ଧ୍ବ ମାମଲା ରହିଛି ।

ଏହାସହ ଅନ୍ୟ ଅଭିଯୁକ୍ତ ରୁତୁରଞ୍ଜନ ନାଁରେ ମଧ୍ୟ ବଡବଜାର ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତମାନେ ନିଶା କବଳରେ ରହୁଥିବା ଯୁବପୀଢିଙ୍କ ନିକଟରେ ବ୍ରାଉନସୁଗର ପହଞ୍ଚାଇବା ସହ ବହୁ ଅର୍ଥ ରୋଜଗାର କରୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ସହରରେ ଗତ କିଛି ମାସ ମଧ୍ୟରେ ସକ୍ରିୟ ରହିଛନ୍ତି ବ୍ରାଉନସୁଗର ବେପାରୀ । ପୂର୍ବରୁ ଯୁବପିଢୀ ସିଗାରେଟ୍ ଏବଂ ଗଞ୍ଜେଇ ଭଳି ନିଶା ଅଧିକ ମାତ୍ରାରେ ବ୍ୟବହାର କରୁଥିବାବେଳେ ବର୍ତ୍ତମାନର ପରିସ୍ଥିତିରେ ଅଧିକ ଶିକ୍ଷିତ ଯୁବବର୍ଗ ଧଳାଜହର ପ୍ରତି ଅଧିକ ଆଶକ୍ତ ହେବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । କ୍ରମାଗତ ଭାବରେ ଧଳାଜହର କାରବାରକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ଧରପକଡ଼ ଚାଲିଛି । ଏଭଳି ଚଢାଉକୁ ଆହୁରି ଜୋରଦାର କରାଯିବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.