ETV Bharat / state

ପୋଖରୀରେ ବୁଡି ଭାଇ-ଭଉଣୀଙ୍କ ମୃତ୍ୟୁ - brother and sister drowned in a pond at ganjam

ସୋମବାର ଅପରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ 7 ବର୍ଷର ପୁଅ ବାଦଲ ଓ 4 ବର୍ଷର ଝିଅ ବର୍ଷା ଘର ନିକଟରେ ଥିବା ବିରେଶ୍ୱର ମନ୍ଦିର ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ମାତ୍ର କୌଣସି କାରଣ ବସତଃ ଉଭୟଙ୍କ ପୋଖରୀରେ ଗୋଡ଼ ଖସି ଯାଇଥିଲା ।

ପୋଖରୀରେ ବୁଡି ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ
ପୋଖରୀରେ ବୁଡି ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ
author img

By

Published : Aug 10, 2020, 10:10 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମ୍ମା ଛତ୍ରପୁର ଠାରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ପୋଖରୀରେ ବୁଡି ଦୁଇ ଶିଶୁ (ଭାଇ ଓ ଭଉଣୀ)ଙ୍କ ପ୍ରାଣହାନୀ ଘଟିଛି । ସୋମବାର ଅପରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ 7 ବର୍ଷର ପୁଅ ବାଦଲ ଓ 4 ବର୍ଷର ଝିଅ ବର୍ଷା ଘର ନିକଟରେ ଥିବା ବିରେଶ୍ୱର ମନ୍ଦିର ପୋଖରୀକୁ ଶୌଚ ହେବାକୁ ଯାଇଥିଲେ ।

ପୋଖରୀରେ ବୁଡି ନାବାଳକ ଭାଇ-ଭଉଣୀଙ୍କ ମୃତ୍ୟୁ

ମାତ୍ର କୌଣସି କାରଣ ବଶତଃ ଉଭୟଙ୍କ ପୋଖରୀରେ ଗୋଡ଼ ଖସି ଯାଇଥିଲା । ଉଭୟ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ ଏଭଳି ଏକ ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ଯ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.