ବ୍ରହ୍ମପୁର: ବ୍ରହ୍ମପୁର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ରାସ୍ତା ପାର ହେଉଥିବା ସମୟରେ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟସ୍ଥ ସାବୁଳିଆ ଜାତୀୟ ରାଜପଥରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ।
ମୋଟର ସାଇକେଲ ଉପରେ ସିମେଣ୍ଟ ବୋଝେଇ ଟ୍ରକ ମାଡିଯିବାରୁ ଚାଲିଯାଇଛି ୨ ଜଣ ଶିଶୁଙ୍କ ଜୀବନ । ସେପଟେ ଦୁର୍ଘଟଣାର ଶିକାର ହୋଇଥିବା ଉଭୟ ବାପା ଓ ମାଆଙ୍କ ଅବସ୍ଥା ଗୁରୁତର ରହିଛି । ଉଭୟଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲକୁ ପଠାଯାଇଛି । ରମ୍ଭା ଟିକରପଡା ସାହିର ଗୋଟିଏ ପରିବାର ଚାରି ଜଣ ବ୍ରହ୍ମପୁର ଯାଉଥିବା ସମୟରେ ୧୬ ନଂ ଜାତୀୟ ରାଜପଥ ଗଣ୍ଡାପଲ୍ଲୀ ଠାରେ ଏଭଳି ଘଟଣା ଘଟିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ