ETV Bharat / state

ଉତ୍କଳ ବିଶ୍ୱବିଦ୍ୟାଳୟ ଘଟଣାକୁ ବିରୋଧ, ବ୍ରହ୍ମପୁରରେ ନୀରବ ପ୍ରତିବାଦରେ ସାମିଲ ହେଲା ଛାତ୍ର ବିଜେଡି

author img

By

Published : Feb 13, 2023, 10:48 PM IST

ଉତ୍କଳ ବିଶ୍ୱବିଦ୍ୟାଳୟର ଘଟଣାକୁ ବିରୋଦ୍ଧ କରି ବ୍ରହ୍ମପୁରରେ ନୀରବ ପ୍ରତିବାଦରେ ସାମିଲ ହେଲା ବିଜୁ ଛାତ୍ର ଜନତା ଦଳ। ଜେ.ଏନ୍.ୟୁ ରୁ ବାଣୀବିହାର ଆସିଥିବା ଏକ ପ୍ରଫେସରଙ୍କୁ ଏବିଭିପି ଦ୍ବାରା କରାଯାଇଥିବା ଅଶୋଭନୀୟ ବ୍ୟବହାର ଦୃଢ ନିନ୍ଦା କରିଛି ବିଜୁ ଛାତ୍ର ଜନତା ଦଳ। ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରେ ନୀରବ ପ୍ରତିବାଦ
ବ୍ରହ୍ମପୁରରେ ନୀରବ ପ୍ରତିବାଦ
ଜେଏନୟୁ ରୁ ପ୍ରଫେସରଙ୍କୁ ମାଡମରା ଘଟଣା, ବ୍ରହ୍ମପୁରରେ ନୀରବ ପ୍ରତିବାଦ

ବ୍ରହ୍ମପୁର: ଉତ୍କଳ ବିଶ୍ବବିଦ୍ୟାଳୟର ଘଟଣାକୁ ବିରୋଧ କରି ବ୍ରହ୍ମପୁରରେ ନୀରବ ପ୍ରତିବାଦ। ନୀରବ ପ୍ରତିବାଦରେ ସାମିଲ ହେଲା ବ୍ରହ୍ମପୁର ବିଜୁ ଛାତ୍ର ଜନତା ଦଳ । ଜେ.ଏନ୍.ୟୁ ରୁ ବାଣୀବିହାର ଆସିଥିବା ଏକ ପ୍ରଫେସରଙ୍କୁ ଉତ୍କଳ ବିଶ୍ବ ବିଦ୍ୟାଳୟରରେ ଏବିଭିପି ଦ୍ବାରା କରାଯାଇଥିବା ଅଶୋଭନୀୟ ବ୍ୟବହାର ଏବଂ ମାଡ ଘଟଣାକୁ ବିଜୁ ଛାତ୍ର ଜନତା ଦଳ ତରଫରୁ ଦୃଢ ନିନ୍ଦା କରାଯାଇଛି । ଏପରିକି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡ ଦିଆଯାଉ ବୋଲି ନୀରବ ପ୍ରତିବାଦରେ ଦାବୀ କରିଛନ୍ତି । ବିଜୁ ଛାତ୍ର ଜନତା ଦଳର ବ୍ରହ୍ମପୁର ମହାନଗର ସଭାପତି ଶୋଭନ କୁମାର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ସହରର ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ବିଜୁ ଛାତ୍ର ଜନତା ଦଳର ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ , ରାଜେଶ ପଟ୍ଟନାୟକ , ଆଦିତ୍ୟ ନାରାୟଣ ସାହୁ , ନୀଖିଲ ଚୌଧୁରୀଙ୍କ ସମେତ ବହୁ ଛାତ୍ର ନେତା ଏଥିରେ ସାମିଲ ହୋଇଥିଲେ ।

ସେହିପରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କ ନେତୃତ୍ବରେ ଛାତ୍ର ନେତା ମାନେ ଉତ୍କଳ ବିଶ୍ବବିଦ୍ୟାଳୟରେ ଯେଉଁ ଅଭାବନୀୟ ଘଟଣା ଘଟିଛି ତାହା ଶିକ୍ଷାର ବାତାବରଣ କୁ ନଷ୍ଟ କରୁଛି। ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳର ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ , ଗଞ୍ଜାମ ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର ଓ ରାଜେଶ ପଟ୍ଟନାୟକ , ଜିଲ୍ଲା ସାଧାରଣ ସଂପାଦକ ସଚ୍ଚିନ୍ ପଣ୍ଡା , ଜିଲ୍ଲା ସଂପାଦକ ଶକ୍ତିରଞ୍ଜନ ସାହୁ , ନାଗେଶ୍ବର ରାଓ , ଡୋଲ ରଞ୍ଜନ ନାୟକ , ରବିନ୍ଦ୍ର ସାହୁ , ନୀଖିଲ ଚୌଧୁରୀ , ଦୁର୍ଗାପ୍ରସାଦ ସ୍ବାଇଁ , ଦୀପକ ବେହେରା , ରଶ୍ମୀରଞ୍ଜନ , ସୁଜିତ ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଗତକାଲିର(ରବିବାର) ଘଟଣା ପରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଏଭଳି ପ୍ରତିବାଦ କରିବାକୁ ନିଷ୍ପତ୍ତି କରାଯାଇଥିଲା । ତେବେ ରବିବାର JNUର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ରଖିବା ସମୟରେ ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନର ସଦସ୍ୟମାନେ ଆସି ଏହାକୁ ବିରୋଧ କରିଥିଲେ । ଏହାପରେ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମକର୍ତ୍ତାମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିଥିଲେ । ଆଲୋଚନା ଚକ୍ରରେ ପ୍ରଫେସର ସୁରଜିତ ମଜୁମଦାର ତାଙ୍କ ବକ୍ତବ୍ୟରେ ଦେଶ ବିରୋଧି ମନ୍ତବ୍ୟ କହିଥିବା ଏବିଭିପି ଛାତ୍ର ସଂଗଠନର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.