ETV Bharat / state

ଦୃଷ୍ଟିବାଧିତ ବାଳିକା କ୍ରିକେଟ ବିଶ୍ୱକପ୍, ବ୍ରହ୍ମପୁରରେ ଚାଲିଛି ସ୍ୱତନ୍ତ୍ର ତାଲିମ ଶିବିର

ଆଗାମୀ ୨୦୨୪ ମସିହାରେ ଆୟୋଜିତ ହେବାକୁ ଯାଉଛି ଦୃଷ୍ଟିବାଧିତ ବାଳିକା କ୍ରିକେଟ ବିଶ୍ବକପ । ଏହି ବିଶ୍ବକପରେ ଓଡିଶାରୁ ଖେଳାଳି ପ୍ରତିନିଧିତ୍ବ କରିବେ । କିପରି ନିଜକୁ କ୍ରିକେଟ ପାଇଁ ଫିଟ୍ ରଖି ଓଡିଶା ତରଫରୁ ପ୍ରତିନିଧିତ୍ବ କରିବେ ସେନେଇ ଦୃଷ୍ଟିବାଧିତ ବାଳିକାମାନଙ୍କୁ ତାଲିମ ଦେଉଛନ୍ତି ପ୍ରଶିକ୍ଷକ । ଅଧିକ ପଢନ୍ତୁ

author img

By

Published : Oct 23, 2022, 4:28 PM IST

ଦୃଷ୍ଟିବାଧିତ ବାଳିକା କ୍ରିକେଟ ବିଶ୍ୱକପ୍ ପାଇଁ ବ୍ରହ୍ମପୁରରେ ଚାଲିଛି ସ୍ୱତନ୍ତ୍ର ତାଲିମ

ବ୍ରହ୍ମପୁର: ଆଗାମୀ ୨୦୨୪ ମସିହାରେ ଆୟୋଜିତ ହେବାକୁ ଯାଉଛି ଦୃଷ୍ଟିବାଧିତ ବାଳିକା କ୍ରିକେଟ ବିଶ୍ବକପ । ଏହି ବିଶ୍ବକପରେ ଓଡିଶାରୁ ଖେଳାଳି ପ୍ରତିନିଧିତ୍ବ କରିବେ । ଏନେଇ ବ୍ରହ୍ମପୁରରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ । କିପରି ନିଜକୁ କ୍ରିକେଟ ପାଇଁ ଫିଟ୍ ରଖି ଓଡିଶା ତରଫରୁ ପ୍ରତିନିଧିତ୍ବ କରିବେ ସେନେଇ ଦୃଷ୍ଟିବାଧିତ ବାଳିକାମାନଙ୍କୁ ତାଲିମ ଦେଉଛନ୍ତି ପ୍ରଶିକ୍ଷକ । କିପରି ଶୈଳୀରେ କ୍ରିକେଟ ଖେଳିବେ, ବ୍ୟାଟିଂ କରିବା ପର କିଭଳି ରନ ନେବେ, କିଭଳି ବୋଲିଂ କରିବେ ସ୍ବତନ୍ତ୍ର ଉପାୟରେ ସେମାନଙ୍କୁ ତାଲିମ ଦିଆଯାଉଛି । ସେପଟେ ତାଲିମ ପାଇବା ପରେ ସେମାନେ କହିଛନ୍ତି ଆଗାମୀ ଦିନରେ ବିଶ୍ବକପ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ।

ଦୃଷ୍ଟିବାଧିତ କ୍ରିକେଟ ଟିମ ଚୟନ ପ୍ରକ୍ରିୟା

ସାଧାରଣ କ୍ରିକେଟ ଏବଂ ଦୃଷ୍ଟିବାଧିତ ବାଳିକା କ୍ରିକେଟ ମଧ୍ୟରେ ପ୍ରଭେଦ ହେଉଛି ଏହି ବାଳିକାଙ୍କୁ ଦେଖାଯାଉନଥିବାରୁ ପ୍ରତ୍ୟେକ ଦଳକୁ ତିନୋଟି ପ୍ରକ୍ରିୟାରେ ଚୟନ କରାଯାଇଥାଏ । ପ୍ରଥମ ପର୍ଯ୍ୟାୟରେ ମାତ୍ର ଚାରି ଜଣ କ୍ରିକେଟରଙ୍କୁ ଚୟନ କରାଯାଇଥାଏ ଯେଉଁମାନେ ଆଦୌ ଦେଖି ପାରନ୍ତିନାହିଁ । ଦ୍ବିତୀୟ ପର୍ଯ୍ୟାୟରେ ତିନି ଜଣ କ୍ରିକେଟର ରହିଥାନ୍ତି ଯେଉଁମାନେ ସାମାନ୍ୟ ଦେଖିପାରିଥାନ୍ତି । ସେହିପରି ତୃତୀୟ ପର୍ଯ୍ୟାୟରେ ୪ ଜଣ କ୍ରିକେଟରଙ୍କୁ ଚୟନ କରାଯାଏ । ସେମାନଙ୍କୁ ୪୦ ପ୍ରତିଶତ ଦେଖାଯାଉଥାଏ । ତେବେ ଏହି ତିନୋଟି ପର୍ଯ୍ୟାୟରେ ଦୃଷ୍ଟି ବାଧିତ କ୍ରିକେଟରଙ୍କୁ ଚୟନ କରାଯାଇ ଟିମ୍ ଗଠିତ ହୋଇଥାଏ । ଏହା ପରେ ସେମାନେ ମଇଦାନରେ କିଏ କେଉଁଠି ରହିବ ତାହା ନିର୍ଦ୍ଧାରିତ କରାଯାଇଥାଏ ।

ସେମାନେ ବଲ୍‌କୁ ଜାଣିବାର ସ୍ବତନ୍ତ୍ର କୌଶଳ

ଏହି ଦୃଷ୍ଟିବାଧିତ ବାଳିକା କ୍ରିକେଟରେ ଡିଜ୍ ବଲ୍ ବଦଳରେ ଧଳା ପ୍ଲାଷ୍ଟିକ ବଲ୍ ବ୍ୟବହାର କରାଯାଇଥାଏ । ଏହି ଧଳା ପ୍ଲାଷ୍ଟିକ ବଲ ଭିତରେ ଛୋଟ ଛୋଟ ବଲ ରହିଥାଏ । ଯାହା ବୋଲିଂ କି ବ୍ୟାଟିଂ କରିବା ସମୟରେ ସେହି ବଲରୁ ଶବ୍ଦ ବାହାରିଥାଏ । ଯେଉଁଥିରେ ଦୃଷ୍ଟି ବାଧିତ କ୍ରିକେଟରମାନଙ୍କୁ ବଲକୁ ଜାଣିବାରେ ସୁବିଧା ରହିଥାଏ । ଧଳା ପ୍ଲାଷ୍ଟିକ ବଲ ଭିତରୁ ବାହାରୁଥିବା ଶବ୍ଦକୁ ଶୁଣି ଦୃଷ୍ଟି ବାଧିତ ବ୍ୟାଟର ବ୍ୟାଟିଂ କରୁଥିବାବେଳେ, ବଲ କେଉଁ ଦିଗରେ ଯାଉଛି ତାର ଶବ୍ଦ ଶୁଣି ଫିଲଡରମାନେ ଫିଲ୍ଡିଂ କରିଥାନ୍ତି । ଏପରିକି ଏଠାରେ କାଠର ଷ୍ଟମ୍ପିଙ୍ଗ୍ ବ୍ୟବହାର ବଦଳରେ ଲୁହା କିମ୍ବା ଟିଣର ଷ୍ଟମ୍ପିଙ୍ଗ୍ ବ୍ୟବହାର କରାଯାଇଥାଏ । ଯାହାକି ଆଉଟ ହେବା ନେଇ ଯାହାକି ଆଉଟ ହେବା ନେଇ ଦୃଷ୍ଟି ବାଧିତ କ୍ରିକେଟରମାନେ ସହଜରେ ଅବଗତ ହୋଇପାରନ୍ତି ।

ରାଜ୍ୟର ଆଗ୍ରହ ପ୍ରକାଶ କରୁଥିବା ଦୃଷ୍ଟିବାଧିତ ବାଳିକାମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପ୍ରଶିକ୍ଷଣ ଶିବିର କରାଯିବା ସହିତ ଏଥିରୁ ଚୟନ ହୋଇଥିବା ଖେଳାଳିଙ୍କୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କିଭଳି ଖେଳିବେ ଏବଂ ବିଶ୍ବକପ ଖେଳିବା ପାଇଁ ଚୟନ ହେବେ ତାହାକୁ ନେଇ କ୍ରମାଗତ ଭାବରେ ତାଲିମ ଦିଆଯିବାକୁ ଯୋଜନା କରାଯାଇଛି ।

ଦୃଷ୍ଟିବାଧିତଙ୍କୁ ସମାଜର ମୁଖ୍ୟସ୍ରୋତରେ ଆଣିବା ପାଇଁ ଅନେକ ପ୍ରକାର ପଦକ୍ଷେପ ନିଆଯାଉଥିବାବେଳେ ଦୃଷ୍ଟିବାଧିତ ବାଳିକାଙ୍କ ପାଇଁ ଉର୍ଦ୍ଧିଷ୍ଟ ବିଶ୍ବକପକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ତାଲିମ ଶିବିର କ୍ରମାଗତ ବ୍ୟବଧାନରେ ଆୟୋଜନ କରାଗଲେ ନିଶ୍ଚିତ ରୂପେ ଅନେକଙ୍କ ମଧ୍ୟରେ ରହିଥିବା ଅର୍ନ୍ତଃନିହିତ କ୍ରୀଡାର ବିକାଶ ପାଇଁ ଏହା ଅନେକ ମାତ୍ରାରେ ସହାୟକ ହେବ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.