ETV Bharat / state

ଅଗଝୋଳ ଗାଁରେ ନିର୍ବାଚନୀ ହିଂସା ଘଟଣା: ସାନି ମତଦାନ ପାଇଁ ବିଜେପିର ଦାବି

author img

By

Published : Feb 25, 2022, 10:43 PM IST

ଜିଲୁଣ୍ଡି ପଞ୍ଚାୟତ ଅଗଝୋଳ ଗାଁରେ ନିର୍ବାଚନୀ ହିଂସା ଘଟଣା । ଏନେଇ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସ ସମୁଖରେ ଧାରଣା ଦିଆଯିବା ସହ ନାରାବାଜି କରାଯାଇଥିଲା । ଅଧିକ ପଢନ୍ତୁ

ଅଗଝୋଳ ଗାଁରେ ନିର୍ବାଚନୀ ହିଂସା ଘଟଣା : ସାନି ମତଦାନ ପାଇଁ ବିଜେପିର ଦାବି

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଜିଲୁଣ୍ଡି ପଞ୍ଚାୟତ ଅଗଝୋଳ ଗାଁରେ ନିର୍ବାଚନୀ ହିଂସା ଘଟଣା । ଏ ନେଇ ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଅଫିସ ସମୁଖରେ ଧାରଣା ଦିଆଯିବା ସହ ନାରାବାଜି କରାଯାଇଥିଲା । ଏଥିରେ ବହୁ ବିଜେପି କର୍ମୀ ଓ ନେତା ସାମିଲ ହୋଇଥିଲେ ।

ସୂଚନା ଅନୁାସାରେ ଭଞ୍ଜନଗର ବ୍ଲକ ଜିଲୁଣ୍ଡି ପଞ୍ଚାୟତର ଅଗଝୋଳ ଗାଁର 16,17,18 ନମ୍ବର ୱାର୍ଡରେ ବୁଥ କ୍ୟାପଚରିଂ ହୋଇଥିବା ଅଭିଯୋଗ ଆଣିଲା ବିଜେପି । ଖୋଦ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ତାଙ୍କ ଭାଇମାନେ ବୁଥ ଭିତରେ ପଶି ସମିତିସଭ୍ୟ ପାର୍ଥୀ ଅଯୋଧ୍ୟା ମହାପାତ୍ରଙ୍କୁ ମାଡ ମାରି ମୋବାଇଲ ଭାଙ୍ଗିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତା ସହିତ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ଅଯୋଧ୍ୟା ନାଥ କିନ୍ତୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ।

ଏହାବି ପଢନ୍ତୁ : India in Ukraine: ଓଡିଆ ଅଫିସରଙ୍କ କାନ୍ଧରେ ଭାରତର ସୁରକ୍ଷା ଦାୟିତ୍ବ

ଫଳରେ ଆଜି (ଶନିବାର) ବିଜେପି ଘୁମୁସର ଜିଲ୍ଲା ସଂଗଠନିକ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ଦେବା ସହିତ ଦାବିପତ୍ର ପ୍ରଦାନ କରାଯାଇଛି l ପୁନର୍ବାର ସେହି ତିନୋଟି ବୁଥରେ ସାନି ମତଦାନ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.