ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ବିଭିନ୍ନ ସାହିକୁ ଗତ 3 ଦିନ ଧରି ଆସୁନାହିଁ ପାନୀୟ ଜଳ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିବା ସହ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ପାଣି ଦେବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ବ୍ରହ୍ମପୁର ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଜିଲ୍ଲାର ହିଞ୍ଜିଳିକାଟୁ ନିକଟରେ ଫାଟିଯିବା ଯୋଗୁଁ ଏଭଳି ସମସ୍ୟା ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ଚାଲିଥିବାରୁ ଖୁବ୍ ଶ୍ରୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଛି ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବିଭିନ୍ନ ସାହିକୁ ଗତ ଦୁଇ ଦିନ ଧରି ପାନୀୟ ଜଳ ଆସୁନଥିବାକୁ ନେଇ ବିରୋଧ ତେଜିବାରେ ଲାଗିଛି । ଏନେଇ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବିଜେପି ଦଳର କର୍ମକର୍ତ୍ତା । ଜିଲ୍ଲା ବିଜେପି ଉପସଭାପତି ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ଏଥିସହ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ବିଜେପି କର୍ମକର୍ତ୍ତା ।
ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ ବୃଦ୍ଧି ପାଇଛି ଦୁର୍ନୀତି: ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟିର ଶୋଭାଯାତ୍ରା
ଖୁବଶୀଘ୍ର ଗଞ୍ଜାମ ଜିଲ୍ଲାର ଚାଲିଥିବା ଜାନିବିଲି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି । ଆଉ ମଧ୍ୟ ଶୀତ ଦିନରେ ପାନୀୟ ଜଳ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦଳୀୟ କର୍ମକର୍ତ୍ତା ମାନେ ଦାବି କରିଛନ୍ତି । ଅନ୍ୟପଟେ ବ୍ରହ୍ମପୁର ସହରକୁ ଯୋଗାଣ ହେଉଥିବା ପାନୀୟ ଜଳ ପାଇପ୍ ଜିଲ୍ଲାର ହିଞ୍ଜିଳିକାଟୁ ନିକଟରେ ଫାଟିଯିବା ଯୋଗୁଁ ଏଭଳି ସମସ୍ୟା ହୋଇଥିବା ବେଳେ ଏହାର ମରାମତି କାର୍ଯ୍ୟ ଚାଲିଥିବାରୁ ଖୁବ୍ ଶ୍ରୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଇଛି ।
ବ୍ରହ୍ମପୁର ସହରର ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ହେଲେ ଗତ 2 ଦିନ ଧରି ସହରର ବିଭିନ୍ନ ସାହିରେ ପାନୀୟ ଜଳ ଯୋଗାଣ ହୋଇପାରିନଥିବା ନେଇ କେତେକ ସମସ୍ୟା ଦେଖିବାକୁ ମିଳିଥିଲା । ତେବେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚି ନଥିବା କେତେକ ସାହିକୁ ନିଗମ ଓ ଜନସ୍ୱାସ୍ଥ୍ୟ ବିଭାଗର ଉଦ୍ୟମ କ୍ରମେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଢଙ୍ଗୀ, ବରିଷ୍ଠ ବିଜେପି ନେତା ଅଶୋକ ନିମାଇଁ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଟୁଟୁନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର