ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଲାଲସିଙ୍ଗ ଏଵଂ ବୁଦୁଲିରେ ଥିବା ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଛନ୍ତି ।
ଏହାସହ ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଚାରିବୁଝିଥିଲେ । ଏହାଛଡା କର୍ମଚାରୀଙ୍କ ସହ ସଙ୍ଗରୋଧ କେନ୍ଦ୍ର ପରିଚାଳନା ନେଇ ବିସ୍ତୁତ ଆଲୋଚନା କରିଥିଲେ । ସେମାନଙ୍କୁ ଉତ୍ତମ ଖାଦ୍ୟ ସହ କୋଭିଡି ଅଧିବେଶନ, ଯୋଗ, ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦେଇଥିଲେ ।
ସୂଚନାମୁତାବକ, ଲାଲସିଂ ଏଵଂ ବୁଦୁଲି ସଙ୍ଗରୋଧ କେନ୍ଦ୍ରରେ ଯଥାକ୍ରମେ 149 ଜଣ ଏବଂ 54 ଜଣ ଅନ୍ତେବାସୀ ରହୁଛନ୍ତି । ଗତକାଲି ସନ୍ଧ୍ୟାରେ ଉପଜିଲ୍ଲାପାଳ ଜିଲୁଣ୍ଡି, ମୁଦୁଲୀପଲ୍ଲୀ, ଭାଲିଆପାଲି ଏଵଂ ବଡକୋଦଣ୍ଡା ଗସ୍ତ କରି ସ୍ଥିତି ପରଖିଥିଲେ ।
ଉପଜିଲ୍ଲାପାଳଙ୍କ ସାଥିରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ ଏଵଂ ଏସଡିଆଇପିଆରଓ ଫକୀର ମୋହନ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ