ବ୍ରହ୍ମପୁର: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଉତ୍ତରପ୍ରଦେଶ ପୁଲିସର ଦୁର୍ବ୍ୟବହାର ଘଟଣାକୁ ବ୍ରହ୍ମପୁର ସହରରେ ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇଛି । ସହରର ଗାନ୍ଧୀନଗର ଛକ ଠାରେ ରହିଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ସହ ଧାରଣାରେ ବସି ରହିଥିଲେ କଂଗ୍ରେସର କର୍ମକର୍ତ୍ତା ମାନେ ।
ଏଥିରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ପଦ୍ମଚରଣ ସାହୁଙ୍କ ସମେତ ଦଳର ଯୁବ ଓ ଛାତ୍ର ନେତାମାନେ ଉପସ୍ଥିତ ରହିଥିଲେ । ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରି ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ