ETV Bharat / state

Independence Day 2022, ଅଦରକାରୀ କାଠରୁ ଭାରତ ମାନଚିତ୍ର କଲେ ଯୁବଶିଳ୍ପୀ

ସ୍ୱାଧିନତା 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବ ଶିଳ୍ପୀ ଅଦରକାରୀ କାଠରେ ପ୍ରସ୍ତୁତ କରିଛନ୍ତି ଭାରତ ମାନଚିତ୍ର । ଅଧିକ ପଢନ୍ତୁ

author img

By

Published : Aug 15, 2022, 6:59 AM IST

creative wooden work by Arun
ଆଜାଦି କା ଅମୃତ ମହୋତ୍ସବ, ଅଦରକାରୀ କାଠରେ ପ୍ରସ୍ତୁତ ଭାରତ ମାନଚିତ୍ର

ବ୍ରହ୍ମପୁର: ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରାଯାଉଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ଯୁବ ଶିଳ୍ପୀ ଅଦରକାରୀ କାଠରେ ପ୍ରସ୍ତୁତ କରିଛନ୍ତି ଭାରତ ମାନଚିତ୍ର । ହର ଘର ତ୍ରିରଙ୍ଗାର ଆହ୍ବାନ ସମୟରେ ଗତ 10 ଦିନରୁ ଊର୍ଦ୍ଧ୍ବ ସମୟ ଧରି ଅରୁଣ କୁମାର ସାହୁ ଅଦରକାରୀ କାଠରେ ଚିତାକର୍ଷକ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ।

ସୂଚନା ଅନୁସାରେ, ଅରୁଣ ଆମ୍ବ, ପିଆଶାଳ,ଶାଗୁଆନ୍, ଗମ୍ଭାରୀ, କାକପୋଇ ଭଳି ବିଭିନ୍ନ ପ୍ରକାର ଅଦରକାରୀ ରଦି କାଠ ବ୍ୟବହାର କରି ଏଭଳି ନିଜର କଳାକୃତି ମାଧ୍ୟମରେ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି । ଏଥିସହ ସେଥିରେ ପଛପଟେ ତ୍ରିରଙ୍ଗାର ତିନୋଟି ରଙ୍ଗ ରହିଥିବା ବେଳେ ରାଷ୍ଟ୍ରୀୟ ଭାଷା ହିନ୍ଦୀରେ ଜାତୀୟ ସଙ୍ଗୀତ ଜନ-ଗଣ-ମନ ରଖିଥିବା ଦେଖାଯାଇଛି । ତେବେ ଅରୁଣ ପ୍ରସ୍ତୁତ କରିଥିବା ଭାରତ ମାନଚିତ୍ରର ଉଚ୍ଚତା 48 ଇଞ୍ଚ ରହିଥିବା ବେଳେ ଓସାର ରହିଛି 44 ଇଞ୍ଚ । ସେହିପରି ଆଜାଦି କା ଅମୃତ ମହୋତ୍ସବର ଏକ ଲୋଗୋକୁ ମଧ୍ୟ ସେ ପ୍ରସ୍ତୁତ କରିଥିବା ବେଳେ ଏହାର ଲମ୍ବା 13 ଇଞ୍ଚ ଓ ଉଚ୍ଚତା 15 ଇଞ୍ଚ ରହିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.