ETV Bharat / state

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

vigilance raid
vigilance raid
author img

By

Published : Dec 17, 2022, 1:05 PM IST

Updated : Dec 17, 2022, 1:27 PM IST

vigilance raid

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଗଜପତି ରାୟଗଡ ପଞ୍ଚାୟତ ସମିତିରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାକାଳୀନ 4ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ।

ଯନ୍ତ୍ରୀଙ୍କ ବ୍ରହ୍ମପୁର ସହରର ଗୋପବନ୍ଧୁ ନଗର ସ୍ଥିତ ସ୍ପୋଟମ୍ ମାଳତୀ ଫ୍ଲାଟ ସମେତ ବ୍ରହ୍ମପୁର ସହରର ଜ୍ୟୋତିନଗର ଅଞ୍ଚଳରେ ରହିଥିବା ଦୁଇ ମହଲା କୋଠା, ଦିଗପହଣ୍ଡି ଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ଏବଂ ଗଜପତି ଜିଲ୍ଲାର ଆର୍.ଉଦୟଗିରି ସ୍ଥିତ ଛେଳିଗଡ ସରକାରୀ ବାସଭବନରେ ଏହି ଚଢାଉ କରାଯାଇଛି ।

ଚଢାଉରେ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ପାଞ୍ଚ ଜଣ ଇନ୍ସପେକ୍ଟର, ଦୁଇ ଜଣ ASI ସାମିଲ ଅଛନ୍ତି । ସହକାରୀ ଯନ୍ତ୍ରୀଙ୍କ କେତେ ପରିମାଣର ସମ୍ପତ୍ତି ବର୍ତ୍ତମାନ ସୁଦ୍ଧା ଠାବ ହୋଇଛି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ । ଭିଜିଲାନ୍ସ ବିଭାଗର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ସପୃକ୍ତ ଯନ୍ତ୍ରୀ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 17, 2022, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.