ETV Bharat / state

ଭଡାଟିଆଙ୍କ ଦେବଦୂତ ପାଲଟିଛନ୍ତି ମୁରଲୀ, ଘରଭଡା ଛାଡ ସହ ଦେଇଛନ୍ତି ଚାଉଳ - ବ୍ରହ୍ମପୁର ଖବର

ଉଦାହରଣ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଜଣେ ଘର ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ । ସୋମନାଥ ନଗରରେ ଥିବା 12ଟି ଗରିବ ପରିବାର ପାଇଁ ପାଲଟିଛନ୍ତି ଦେବଦୂତ । ଅଧିକ ପଢନ୍ତୁ...

ଭଡାଟିଆଙ୍କ ଦେବଦୂତ ପାଲଟିଛନ୍ତି ମୁରଲୀ, ଘରଭଡା ଛାଡ ସହ ଦେଇଛନ୍ତି ଚାଉଳ

author img

By

Published : May 20, 2020, 1:04 AM IST

ବ୍ରହ୍ମପୁର: ଲକଡାଉନ ଯୋଗୁଁ ପରିସ୍ଥିତି ଖରାପ । ଗରିବଠାରୁ ମଧ୍ୟବିତ୍ତ ସମସ୍ତେ ପ୍ରଭାବିତ । ସେଥିପାଇଁ ତ ସରକାର ଘୋଷଣା କରିଥିଲେ ଘରଭଡା ଛାଡ । ହେଲେ କିଛି ଘର ମାଲିକ ଏହି କଥାକୁ ବେଖାତିର କରି ଆଦାୟ କରୁଥିଲେ ଘରଭଡା । ନଦେଲେ ତଡିଦେବାର ଦେଉଥିଲେ ଧମକ ।

ଭଡାଟିଆଙ୍କ ଦେବଦୂତ ପାଲଟିଛନ୍ତି ମୁରଲୀ, ଘରଭଡା ଛାଡ ସହ ଦେଇଛନ୍ତି ଚାଉଳ

ତେବେ ଏପରି ସମୟରେ ଉଦାହରଣ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଜଣେ ଘର ମାଲିକ ମୁରଲୀ ମୋହନ ଆଚାର୍ଯ୍ୟ । ସୋମନାଥ ନଗରରେ ଥିବା 12ଟି ଗରିବ ପରିବାର ପାଇଁ ପାଲଟିଛନ୍ତି ଦେବଦୂତ । ବିପଦ ସମୟରେ ଦେଇଛନ୍ତି ଆଶ୍ବସନା । ସେମାନଙ୍କୁ ଛାଡିଛନ୍ତି ମାସକର ଘର ଭଡା । ଏହାସହ ଚଳିବା ପାଇଁ ଦେଇଛନ୍ତି 25 କିଲୋ ଚାଉଳ । ଏପରି ସ୍ଥିତିରେ ଯେଉଁଠି ଲୋକେ ନିଜ ପାଇଁ ବୋହି ନିଅନ୍ତି ସାମଗ୍ରୀ, ସେଠାରେ ନିଜ ଖର୍ଚ୍ଚରେ ଗରିବଙ୍କୁ ଚାଉଳ ଦେଇ ମୁରଲୀ ସାଉଁଟିଛନ୍ତି ପ୍ରଶଂସା ।

ବିଫଳ ଯାଇନି ମୁରଲୀଙ୍କ କାର୍ଯ୍ୟ । ପ୍ରଶାସନ କରିଛି ପ୍ରଶଂସା । ମୁରଲୀଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଉପଜିଲ୍ଲାପାଳ । ଏପରି ଉଦ୍ୟମ ସମସ୍ତଙ୍କର ରହିଲେ କୋରୋନା ମୁକାବିଲା ସହଜ ହେବ ବୋଲି କହିଛନ୍ତି । ଏହାସହ ଘର ମାଲିକଙ୍କ ବଦାନ୍ୟତାକୁ ତାରିଫ କରିଛନ୍ତି ଭଡାଟିଆ । ଏପରି ମାଲିକ ସମସ୍ତଙ୍କୁ ମିଳୁ ବୋଲି ଭଗବାନଙ୍କ ନିକଟରେ କରିଛନ୍ତି ପ୍ରାର୍ଥନା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.