ETV Bharat / state

ଲକଡାଉନ ଲାଇଫ: ଠପ୍ ବ୍ୟବସାୟ, ଦୁଃଖ ଦେଉଛି ଭୋକିଲା ପେଟ

ଲକଡାଉନର ପ୍ରଭାବରେ ଚିନ୍ତିତ ଗରିବ ଓ ଅସହାୟ । ସଂକ୍ରମଣ ଡର ଅପେକ୍ଷା ଜୀବନ ଜିଇଁବାର କଷ୍ଟ ବେଶୀ ଦୁଃଖ ଦେଉଛି । ଅଧିକ ପଢନ୍ତୁ...

ଲକଡାଉନ ଲାଇଫ: ଠପ୍ ବ୍ୟବସାୟ, ଦୁଃଖ ଦେଉଛି ଭୋକିଲା ପେଟ
ଲକଡାଉନ ଲାଇଫ: ଠପ୍ ବ୍ୟବସାୟ, ଦୁଃଖ ଦେଉଛି ଭୋକିଲା ପେଟ
author img

By

Published : Apr 24, 2020, 7:42 PM IST

ବ୍ରହ୍ମପୁର: କୋରୋନା ପାଇଁ ଲକଡାଉନ । ସଫଳ ଯେତିକି ପ୍ରଭାବ ସେତିକି । ସଂକ୍ରମଣ ରୋକିବା ପାଇଁ ଏକ ବ୍ୟବସ୍ଥା । କିନ୍ତୁ ଉଜାଡି ଦେଇଛି ଜୀବନ ଜୀବିକା । କିଏ ରୋଜଗାର ହରାଇଛି ତ କିଏ 2 ମୁଠା ଖାଇବାକୁ ପାଉନି । କାହା ପାଖରେ ସରକାରୀ ସହାୟତା ପହଞ୍ଚିନି ତ କାହାକୁ ଘର ମାଲିକର ତାଡନା ସହିବାକୁ ପଡୁଛି । ପରିସ୍ଥିତିର ଦାସ ପାଲଟିଛନ୍ତି ଗରିବ ଓ ଅସହାୟ । ଏପରି ଅନେକ ଲୋକଙ୍କ ଅକୁହା ବେଦନା କହୁଛି ବ୍ରହ୍ମପୁର ସହର ।

ଲକଡାଉନ ଲାଇଫ: ଠପ୍ ବ୍ୟବସାୟ, ଦୁଃଖ ଦେଉଛି ଭୋକିଲା ପେଟ

ପ୍ରଥମେ କପିଳେନ୍ଦ୍ର ନାହକ ଓ ତାଙ୍କ ପରିବାର । ଦୃଷ୍ଟିହୀନ ସ୍ବାମୀ-ସ୍ତ୍ରୀ ଧୂପ କାଠି ତିଆରି କରନ୍ତି । ପୁଅ ଓ ଝିଅଙ୍କ ସହାୟତାରେ ବିକ୍ରି କରି ସେହି ଅର୍ଥରେ ଚଳନ୍ତି । ହେଲେ ବେଉସାରେ ଦାଉ ସାଜିଛି ଲକଡାଉନ । ଅର୍ଥାଭାବ ଯୋଗୁଁ ପେଟରେ ଓଦା କନା ପକାଇ ଶୋଉଛି ପୁରା ପରିବାର । ସେପଟେ ଘରଭଡା ନଦେବାରୁ ଘର ମାଲିକ ଶୁଣାଉଛି ବାର କଥା । ଭୋକ, ଦୁଃଖ ଓ ତାଡନା ସହିବା ଯେପରି କପିଳେନ୍ଦ୍ରଙ୍କ ଅଭ୍ୟାସ ପାଲଟିଗଲାଣି ।

ସେପଟେ ଲକଡାଉନ ପୂର୍ବରୁ ନିଜର ମାଆ ଅସୁସ୍ଥ ଥିବାର ଖବର ପାଇ ହରିୟାଣାରୁ ଆସି ପହଞ୍ଚିଥିଲେ ଝିଅ ତିଳ ବେହେରା । ହେଲେ ଅସୁସ୍ଥ ମାଆ କୁନି ବେହେରାଙ୍କ ଇତି ମଧ୍ୟରେ ମୃତ୍ୟୁ ଘଟିସାରିଛି । କିନ୍ତୁ ଆଉ ଫେରିପାରିନଥିଲେ ତିଳ । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ଡୁରା ଗ୍ରାମରେ ରହିଆସୁଥିବା ଏହି ପରିବାରର ନିକଟରେ ରାସନ କାର୍ଡ ଥିବାରୁ ସରକାରଙ୍କ ଏକ ହଜାର ଟଙ୍କାର ସହାୟତା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ପଞ୍ଚାୟତ ତାଲିକାରୁ ନାମ କଟି ଯାଇଥିବା କହି ସେଥିରୁ ପାଞ୍ଚ ଶହ ଟଙ୍କା ମାଗି ନିଆଯାଇଛି । ମାତ୍ର ୨୫ କେଜି ଚାଉଳ ପ୍ରଦାନ କରାଯାଇଥିବାବେଳେ ପରିବାର ବର୍ଗ ଚଳିବା କଷ୍ଟକର ହୋଇପଡିଛି । ଯେଉଁ ସମୟରେ ସରକାର ଗରିବଙ୍କୁ ସାହାଯ୍ୟ ଦେଉଛନ୍ତି ସେପରି ସମୟରେ ଟଙ୍କା ଫେରାଇନେବା ସରକାରୀ ଯୋଜନାରେ ପାରଦର୍ଶିତା ପ୍ରମାଣ କରୁଛି ।

ସେହିପରି ଲକଡାଉନ ଯୋଗୁଁ ବ୍ରହ୍ମପୁରରେ ଫସିଛନ୍ତି କିଛି ବାହାର ଜିଲ୍ଲାର ଲୋକେ । ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନମିଳିବାରୁ ମିନିବସରେ ବିତାଉଛନ୍ତି ଜୀବନ । ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ରହ୍ମପୁରକୁ ଆସିଥିବା କନ୍ଧମାଳ ଜିଲ୍ଲାର ଫ୍ରାନସିଫ୍ ନାୟକ ଗତ ଚାରି ସପ୍ତାହରୁ ଉର୍ଦ୍ଧ ସମୟ ଧରି ଏଠାରେ ଫସି ରହିଛନ୍ତି । ମିନିବସରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନଟିଏ ପାଇଛନ୍ତି । ହେଲେ ଖାଦ୍ୟପେୟର ନାହିଁ ଠିକଣା ।

ଲକଡାଉନର ପ୍ରଭାବରେ ଚିନ୍ତିତ ଗରିବ ଓ ଅସହାୟ । ସଂକ୍ରମଣ ଡର ଅପେକ୍ଷା ଜୀବନ ଜିଇଁବାର କଷ୍ଟ ବେଶୀ ଦୁଃଖ ଦେଉଛି । ଅନାଇ ବସିଛନ୍ତି କେବେ ସରିବ କଟକଣା । ଆଉ ସ୍ବାଭାବିକ ହେବ ଜୀବନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.