ETV Bharat / state

ରେଳ ଲାଇନ ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ବ୍ରହ୍ମପୁର ସାଂସଦ - ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁରରେ ସଂସଦୀୟ କ୍ଷେତ୍ରରେ ରେଳ ଲାଇନ ବିକାଶ ପାଇଁ ରେଳମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ସାଂସଦ ଚନ୍ଦ୍ରଶେଖର ସାହୁ । ଅଧିକ ପଢନ୍ତୁ

Berhampur MP meets Railway Minister
Berhampur MP meets Railway Minister
author img

By

Published : Jul 28, 2023, 1:19 PM IST

ବ୍ରହ୍ମପୁର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଥିବା ରେଳ ଲାଇନର ବିକାଶ ପାଇଁ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ସାଂସଦ ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିକାଶ ନେଇ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ପାରଳାଖେମୁଣ୍ଡିର ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ମାତ୍ର ଠିକ୍ ସମୟରେ ଚାଷୀ ସାର ନପାଇ ସମସ୍ୟାର ସମ୍ମୁଖୀନ ହେଉଥିବା ଯୋଗୁଁ ରାସାୟନିକ ଓ ସାର ମନ୍ତ୍ରଣାଳୟ ଏଠାକୁ ସାର ଯୋଗାଇବା ପାଇଁ ରାଜି ହୋଇଥିଲେ । ହେଲେ ରେଳ ରେକ୍ ପଏଣ୍ଟ ନଥିବାରୁ ତାହା କାର୍ଯ୍ୟକାରୀ ହୋଇପାରୁ ନଥିବା ସାଂସଦ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବ୍ରହ୍ମପୁର ଷ୍ଟେସନକୁ ‘ଏ’ ଶ୍ରେଣୀ ମାନ୍ୟତା ମିଳିଥିଲେ ସୁଦ୍ଧା ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ୨୦୦୫ରେ ନିର୍ମିତ ରେଳ ଷ୍ଟେସନ ମୁଖ୍ୟ ପ୍ରବେଶ ଦ୍ଵାର ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ପୁନରୁଦ୍ଧାର କରାଯିବା ସହିତ ଷ୍ଟେସନର ଗୋଷାଣୀ ନୂଆଗାଁ ଠାରୁ କମାପଲ୍ଲୀ ଜଙ୍କସନ ରାମନଗର ଦେଇ ଏକ ଅପ୍ରୋଚ ରୋଡ଼ର ଉନ୍ନତିକରଣ କାର୍ଯ୍ୟ କରାଗଲେ ଯାତାୟାତରେ ଅନେକ ସୁବିଧା ହୋଇପାରିବ । ସେହିପରି ବ୍ରହ୍ମପୁର ରେଳ ଷ୍ଟେସନର ଚତୁର୍ଥ ପ୍ଳାଟଫର୍ମରେ କୋଚ୍ ଇଣ୍ଡିକେଶନ୍ ବୋର୍ଡ, ଟ୍ରେନ୍ ଇଣ୍ଡିକେଶନ୍ ବୋର୍ଡ ସହିତ ପ୍ଲାଟ୍‌ଫର୍ମ ପରିସରରେ ଯାତ୍ରୀଙ୍କ ପାଇଁ ୧୦୦ ଷ୍ଟିଲ୍‌ ଚେୟାର ବ୍ୟବସ୍ଥା କରିବା, ଷ୍ଟେସନ୍ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଣି ସମସ୍ୟା ଲାଗି ରହୁଥିବା ଯୋଗୁଁ ବର୍ତ୍ତମାନ ସହରକୁ ଯୋଗାଇ ଦିଆଯାଉଥିବା ନୂତନ ଉତ୍ସ ମାଧ୍ୟମରେ ଏହାର ସମାଧାନ କରିବା, ଷ୍ଟେସନ ସମେତ ଆଖପାଖରେ ବିକାଶମୂଳକ କାର୍ଯ୍ୟକୁ ତ୍ଵରାନ୍ଵିତ କରିବା ଏବଂ 'ଏ' କ୍ଳାସ ଷ୍ଟେସନ କରିବା ଲାଗି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବାକୁ ସାଂସଦ ଦାବି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଜିଲ୍ଲାରେ ନୂଆ ରେଳ ଲାଇନ ସଂଯୋଗ ଦାବି, ରେଳମନ୍ତ୍ରୀଙ୍କୁ ଭେଟିଲା କଳାହାଣ୍ଡି ବିକାଶ ପରିଷଦ

ତେବେ ଏହି ଷ୍ଟେସନର ମୁଖ୍ୟ ପୁରାତନ କୋଠରୀ ପୁନରୁଦ୍ଧାର, ଯାତ୍ରୀଙ୍କ ପାଇଁ ବିଶ୍ରାମଗାର, ଶୌଚାଳୟ, ପାର୍କ ଓ ସୌନ୍ଦର୍ଯ୍ୟକରଣ ନେଇ ଜାନୁୟାରୀ ୨୦୨୦ରେ ରେଳ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଥିଲେ ସୁଦ୍ଧା ଏ ଯାଏଁ କାର୍ଯ୍ୟକାରୀ ହୋଇନଥିବା ସାଂସଦ ଉଲ୍ଲେଖ କରିଛନ୍ତି । ସେହିପରି ପଲାସା ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ତୃତୀୟ ଡିଏମ୍‌ୟୁକୁ ପୁରୀ ପର୍ଯ୍ୟନ୍ତ ବିସ୍ତାରିତ କରିବା, ଜନସାଧାରଣଙ୍କ ଚାହିଦା ଦୃଷ୍ଟିରୁ ଭୁବନେଶ୍ୱର-ପୁଣେ ଏକ୍ସପ୍ରେସକୁ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ବିଶାଖପାଟଣାରୁ ଦିଲ୍ଲୀ ଦେଇ ଅମୃତସର ପର୍ଯ୍ୟନ୍ତ ଚାଲୁଥିବା ହୀରାକୁଦ ଏକ୍ସପ୍ରେସ ସପ୍ତାହରେ ତିନି ଥର ବଦଳରେ ପ୍ରତ୍ୟେକ ଦିନ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଛନ୍ତି ।

ଏହାବ୍ୟତୀତ ଗଞ୍ଜାମ ଜିଲ୍ଲାର ରମ୍ଭା, ଗଞ୍ଜାମ, ଛତ୍ରପୁର ରେଳ ଷ୍ଟେସନର ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ଓ ଗଞ୍ଜାମ ଷ୍ଟେସନରେ ହୀରାଖଣ୍ଡ ଏବଂ ପୁରୀ-ତିରୁପତି ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ପ୍ରସ୍ତାବ ଦେଇଛନ୍ତି । ବ୍ରହ୍ମପୁର ଷ୍ଟେସନ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ସୋରଳ ରୋଡ ଷ୍ଟେସନରେ ପର୍ଯ୍ୟାପ୍ତ ଜାଗା ରହିଥିବା ବେଳେ ଏହା ରେଳ ବଗି ଗୁଡ଼ିକର ସଫେଇ ଏବଂ ଉନ୍ନତିକରଣ ପାଇଁ ବ୍ୟବହାର କରାଗଲେ ଆଗାମୀ ଦିନରେ ଏହାରି ମାଧ୍ୟମରେ ବ୍ରହ୍ମପୁରରୁ ବହୁ ନୂତନ ଟ୍ରେନ ଚଳାଚଳ ପାଇଁ ସୁବିଧା ହୋଇପାରିବ ବୋଲି ସେ ରେଳମନ୍ତ୍ରୀଙ୍କୁ ଦାବିପତ୍ରରେ ଜଣାଇଛନ୍ତି ।

ଛତ୍ରପୁର ଠାରୁ ଆଇ.ଆର୍.ଇ ଏବଂ ଗୋପାଳପୁର ବନ୍ଦର ଦେଇ ଯାଇଥିବା ରେଳ ଲାଇନରେ କେବଳ ମାଲଗାଡି ଯାତାୟତ କରୁଛି । ଏହି ଲାଇନରେ ଗୋପାଳପୁର ବନ୍ଦର ଠାରୁ ଆଇ.ଆର୍.ଇ ଏବଂ ଛତ୍ରପୁର ଦେଇ ଭୁବନେଶ୍ୱରକୁ ପାସେଞ୍ଜର ଟ୍ରେନ ଚଲାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ବ୍ରହ୍ମପୁର ସାଂସଦ । ପୂର୍ବରୁ ବହୁବାର ଲୋକସଭାରେ ସେ ନିଜ ସଂସଦୀୟ କ୍ଷେତ୍ରର ସମସ୍ତ ରେଳ ଷ୍ଟେସନର ବିକାଶ ନେଇ ପ୍ରଶ୍ନ କରିଥିବା ବେଳେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶେଷରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.