ETV Bharat / state

ବିଜେପିରେ ମିଶିବେ ପ୍ରଦୀପ ପାଣିଗ୍ରାହୀ ! ସାମ୍ୱାଦିକ ସମ୍ମିଳନୀରେ ବର୍ଷିଲେ ବ୍ରହ୍ମପୁର ବିଧାୟକ - ବିଜେପିରେ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ଚର୍ଚ୍ଚା

ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ଟାର୍ଗେଟ କଲା ବିଜେଡି । ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ । ନୂଆ ନେତା ସୃଷ୍ଟି କରିପାରୁନାହିଁ ରାଜ୍ୟ ବିଜେପି । ଏଭଳି କିଛି କହି ବିଜେପି ଉପରେ ବର୍ଷିଲେ ବ୍ରହ୍ମପୁର ବିଧାୟକ । ଅଧିକ ପଢ଼ନ୍ତୁ

ବିଜେପିରେ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ଚର୍ଚ୍ଚା

author img

By ETV Bharat Odisha Team

Published : Nov 12, 2023, 7:03 AM IST

ବିଜେପିରେ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ଚର୍ଚ୍ଚା

ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେପିରେ ଯୋଗଦାନ କରିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହାକୁ ନେଇ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ବ୍ରହ୍ମପୁର ସହରର ଅଯୋଧ୍ଯାନଗର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବାକୁ ଯାଉଥିବା ଏବଂ ସେ ବିଜେଡି ଦଳରୁ ଅତୀତରେ ତଡା ଖାଇଥିବା ବେଳେ ଏଭଳି ନେତାଙ୍କୁ କିଭଳି ବିଜେପି ଆପଣେଇବାକୁ ଯାଉଛି ତାହା ଦଳକୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି ।

ଏହି ଅବସରରେ ଏକ ପ୍ରେସ ବିବୃତ୍ତିକୁ ପଢିବା ସହ ବିକ୍ରମ କହିଛନ୍ତି, "ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଠକିଥିବା ଲୋକଟିକୁ ବିଜେପି ନେତାମାନେ କିଭଳି ବିଶ୍ଵାସ କରୁଛନ୍ତି । ତଡା ଖାଇଥିବା ନେତାଙ୍କୁ କୋଳେଇ ନେବା ପାଇଁ ବିଜେପିର ଆଗଭର ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ବିଜେପି ଦଳରେ ନୀତି ଆଦର୍ଶ ବୋଲି କିଛି ନାହିଁ । ସେମାନେ ନୂଆ ନେତା ସୃଷ୍ଟି କରିପାରୁନାହାନ୍ତି । କାଲି ଯାହାକୁ ଦୁର୍ନୀତିଗ୍ରସ୍ତ କହି ଗାଳି ଦେଉଥଲେ ତାଙ୍କୁ ନେବାପାଇଁ ବିଜେପିକୁ ନିଦ ହେଉନାହିଁ । ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଚାକିରି ଦେବାକୁ କହି ଠକିବା ପରେ ବିଭିନ୍ନ ଥାନାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ଏବଂ ବିଜୁ ଜନତା ଦଳର ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ । ଟାଟାରେ ଚାକିରି ଦେବା ନାମରେ ପାଣିଗ୍ରାହୀ ଯୁବକ ଯୁବତୀଙ୍କୁ ଫସାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରିବା, ନିଜର ଭାବି ଜ୍ବାଇଁଙ୍କୁ ଟାଟା ମୋଟର୍ସର ଏମ୍.ଡି ବୋଲି ଦର୍ଶାଇ ଲୋକଙ୍କଠାରୁ ଟଙ୍କା ଲୁଟିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହାସହ ମଦ ଓ ବାଲି ମାଫିଆଙ୍କ ଠାରୁ ଅଢେଇ କୋଟି ଟଙ୍କା ନେଇଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଜଣାପଡିଥିଲା । "

ବିକ୍ରମ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ ସମୟରେ ଲୋକେ ଖାଇବାକୁ ପାଉନଥିବା ବେଳେ ସେ ଚାଟାର୍ଡ ଫ୍ଲାଇଟ୍‌ରେ ବୁଲିବା ସହିତ ଦିନକୁ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ହୋଟେଲ ରୁମ୍‌ରେ ରହିବା ଏବଂ କୋରୋନା ସମୟରେ ସୁରଟରେ ରହିଥିବା ଗଞ୍ଜାମବାସୀଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବା ବେଳେ ପାଣିଗ୍ରାହୀ ଏହାକୁ ଦୃଢ଼ ବିରୋଧ କରିଥିଲେ । ସେମାନେ କିଭଳି ଗଞ୍ଜାମ ନଫେରିବେ ସେଥିପାଇଁ ଷଡ଼ଯନ୍ତ୍ର କରିବା ସହିତ ଚାପ ପକାଉଥିଲେ । ଜନବିରୋଧ କାର୍ଯ୍ୟକୁ ସେତେବେଳେ ଗଞ୍ଜାମ ବିଜେପି ଓ ରାଜ୍ୟ ବିଜେପି ନେତାମାନେ ଦୃଢ଼ ବିରୋଧ କରୁଥିଲେ । ଏହି ନେତାମାନେ ସେତେବେଳେ ରାଜରାସ୍ତାରେ ଆନ୍ଦୋଳନ କରି ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟ୍‌ ଫଣ୍ଡ ଚୋର, ବାଲିଚୋର, ଜମି ଚୋର ଓ ମଦ ମାଫିଆଙ୍କ ସମର୍ଥକ ବୋଲି କହି ତାଙ୍କୁ ଗିରଫ କରିବାପାଇଁ ଚିତ୍କାର କରୁଥିବାବେଳେ ଏବେ ଆପଣାର କରିନେବାକୁ ସଜବାଜ ହେଉଥିବା ଅଭିଯୋଗ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ।

ଏହା ମଧ୍ୟ ପଢ଼ନ୍ତୁ......ପ୍ରଦୀପ ପାଣିଗ୍ରାହୀଙ୍କ 2 ମାମଲରେ ଡିସଚାର୍ଜ ପିଟିସନ ଦାଖଲ, ରାୟକୁ ଅପେକ୍ଷା

ଗୋପାଳପୁରର ବିଜେପି ନେତା ବିଭୂତି ଜେନା ଯିଏ ପ୍ରଦୀପ ପାଣିଗ୍ରାହୀଙ୍କ ଏସବୁ କାର୍ଯ୍ୟପାଇଁ ତାଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ ଆଜି କେମିତି ତାଙ୍କୁ ଆଶ୍ରା ଦେବାକୁ ଏତେ ଆଗଭର ହେଉଛନ୍ତି ବୋଲି ବ୍ରହ୍ମପୁର ବିଧାୟକ ପ୍ରଶ୍ନ କରିଛନ୍ତି । ବିଜେପି ନେତାମାନେ କେବଳ ଭାଷଣରେ ନୀତି ଆଦର୍ଶର କଥା କୁହନ୍ତି, ବାସ୍ତବରେ ତାକୁ କେବେ କାର୍ଯ୍ୟକାରୀ କରନ୍ତି ନାହିଁ । ରାଜ୍ୟ ବିଜେପି ନେତାଙ୍କ ନଜରରେ ନୀତି ଆଦର୍ଶ କେବଳ ଅନ୍ୟ ଦଳର ନେତାଙ୍କ ପାଇଁ ପ୍ରଯୁଜ୍ୟ ବୋଲି କହି ସମାଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ତଥା ରାଜ୍ଯ ଯୋଜନା ବୋର୍ଡର ଅଧ୍ଯକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ମଞ୍ଚାସୀନ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.