ETV Bharat / state

ବ୍ରହ୍ମପୁର ବିଧାୟକଙ୍କୁ ନୂଆ ଦାୟିତ୍ବ, ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବିକ୍ରମ ପଣ୍ଡା

author img

By

Published : Jul 8, 2023, 3:28 PM IST

ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମର ଦାୟିତ୍ବ ନେଇଛନ୍ତି ବ୍ରହ୍ମପୁର ବିଧାୟକ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର ବିଧାୟକଙ୍କୁ ନୂଆ ଦାୟିତ୍ବ
ବ୍ରହ୍ମପୁର ବିଧାୟକଙ୍କୁ ନୂଆ ଦାୟିତ୍ବ
ବ୍ରହ୍ମପୁର ବିଧାୟକଙ୍କୁ ନୂଆ ଦାୟିତ୍ବ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ବ୍ରହ୍ମପୁର ବିଧାୟକ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିବା ବିକ୍ରମ ପଣ୍ଡାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ ।

ତେବେ ନୂତନ ଦାୟିତ୍ବ ଗ୍ରହଣ ପରେ ସମସ୍ତ କାର୍ଯ୍ୟକୁ ସଫଳତାର ସହ କରିବା ସହ ଜିଲ୍ଲାରେ କିଭଳି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାରର ଯୋଜନା ସଫଳ ହେବ ଏବଂ ଏହାର ସୁଫଳ ଜିଲ୍ଲାବାସୀ କିଭଳି ପାଇ ପାରିବେ, ସେନେଇ କାମ କରିବେ ବୋଲି କହିଛନ୍ତି ବିଧାୟକ ବିକ୍ରମ ପଣ୍ଡା । ଏହା ସହିତ ଜିଲ୍ଲାର ସମସ୍ତ କ୍ଷେତ୍ରରେ ଉନ୍ନତି କିଭଳି ହୋଇପାରିବ, ସେନେଇ ବିଭିନ୍ନ ବିଭାଗ ସହ ଯୋଗାଯୋଗ ରଖି କାର୍ଯ୍ୟ କରିବି ବୋଲି କହିଛନ୍ତି ବିକ୍ରମ ପଣ୍ଡା । ନୂତନ ଦାୟିତ୍ବ ଗ୍ରହଣ ପୂର୍ବରୁ ଛତ୍ରପୁରରେ ବିଧାୟକ ବିକ୍ରମ ପଣ୍ଡା ପହଞ୍ଚିବା ପରେ ଶତାଧିକ କର୍ମୀ ଏକ ବିରାଟ ପଟୁଆରରେ ସ୍ଥାନୀୟ ଡିଆର୍‌ଡିଏ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଅପର ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ବ୍ରହ୍ମପୁର ବିଧାୟକ । ଏହାପରେ ଡିଆର୍‌ଡିଏ କାର୍ଯ୍ୟଳୟ ପରିସରରେ ରହିଥିବା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କୋଠରୀରେ ପହଞ୍ଚି ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖିଥିଲେ ନୂତନ ଅଧ୍ୟକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ...ବରିଷ୍ଠ ନେତାଙ୍କୁ ବଡ଼ ଦାୟିତ୍ବ; ଝାରସୁଗୁଡ଼ା ଜିଲ୍ଲା ବିଜେଡି ସଭାପତି ହେଲେ ରବି ସିଂ

ଏହା ମଧ୍ୟ ପଢ଼ନ୍ତୁ...୬ ଜିଲ୍ଲାରେ ନୂଆ ବିଜେଡି ସଭାପତି ନିଯୁକ୍ତ, ଅଶ୍ୱିନୀଙ୍କୁ ଦଳର ସାଂଗଠନିକ ଦାୟିତ୍ବ

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରାଙ୍କ ସମେତ ଜିଲ୍ଲାର ବହୁ ପୂର୍ବତନ ବିଧାୟକମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.