ETV Bharat / state

ଆରମ୍ଭ ହେଲା ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀ ଯାତ୍ରା, ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାରମ୍ପରିକ ରୀତିନୀତିରେ ଶୁକ୍ରବାର ମଧ୍ୟରାତ୍ରରୁ ଶୁଭାରମ୍ଭ ହୋଇଯାଇଛି ।

author img

By

Published : Mar 30, 2019, 5:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର:ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାରମ୍ପରିକ ରୀତିନୀତିରେ ଶୁକ୍ରବାର ମଧ୍ୟରାତ୍ରରୁ ଶୁଭାରମ୍ଭ ହୋଇଯାଇଛି । ମାଆଙ୍କ ବାପଘର ପକ୍ଷରୁ ମୁଖ୍ୟମନ୍ଦିରକୁ ଯାଇ ନିମନ୍ତ୍ରଣ କରାଯାଇଥିଲା । ଏହାପରେ ଆଜ୍ଞାମାଳ ମିଳିବା ପରେ ଆରମ୍ଭ ହୋଇଥିଲା ଯାତ୍ରା । ଏହି ଯାତ୍ରା ଦୀର୍ଘ ୩୨ ଦିନ ଧରି ଆୟୋଜିତ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମା' ପ୍ରଥମେ ଫୁଲ ଚାଙ୍ଗୁଡାରେ ଆସି ଘଟରେ ସ୍ଥାପନ ହୋଇଛନ୍ତି । ତିନିଦିନ ଅସ୍ଥାୟୀ ମନ୍ଦିରରେ ମା' ବିଶ୍ରାମ ନେବା ପରେ ପ୍ରଥମେ ରାଜାଘର ବୁଲି ପରିକ୍ରମା ଆରମ୍ଭ କରିବେ । ଏହାପରେ ସାହି ପରିକ୍ରମା କରିବେ । ଏପ୍ରେଲ ୨୯ ତାରିଖ ମଧ୍ୟରାତ୍ରରେ ଉଦଯାପିତ ହେବ ଏହି ଯାତ୍ରା ।

ପ୍ରତି ଦୁଇ ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାକୁ ଦେଖିବାକୁ ଲାଗିଛି ଭକ୍ତଙ୍କ ଗହଳି । ଚଳଚଞ୍ଚଳ ହୋଇ ଉଠିଛି ବ୍ରହ୍ମପୁର ସହର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.