ETV Bharat / state

Hockey Fever: ଇଂଞ୍ଜିନିୟରିଙ୍ଗ୍ ଛାତ୍ରଙ୍କ କଳାକୃତି, ଚକ୍ ଓ ପେନସିଲ୍ କାରଭିଙ୍ଗ୍ ଆର୍ଟ କରି ଚର୍ଚ୍ଚାରେ ବିଜୟ - କାର୍‌ବିଙ୍ଗ୍ ଆର୍ଟରେ ହକି ବିଶ୍ବକପ୍ ଲୋଗୋ

ହକି ବିଶ୍ବକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାରବିଙ୍ଗ୍ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ଇଞ୍ଜିନିୟରିଙ୍ଗ୍ ଛାତ୍ର । ଚକ ଆର୍ଟ ମାଧ୍ୟମରେ ୨ ସେମି ଉଚ୍ଚତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାସ୍କେଡ ଅଲି ପ୍ରତିକୃତି ସହ ୧ ସେମିରେ ପ୍ରସ୍ତୁତ କରିଛନ୍ତି ହକି ବିଶ୍ବକପ ଟ୍ରଫି । ସେହିପରି ପେନସିଲ୍ ମୁନରେ ୩୦ ସେମିର କାରଭିଙ୍ଗ୍ ଆର୍ଟରେ ହକି ବିଶ୍ବକପ୍ ଲୋଗୋ ପ୍ରସ୍ତୁତ କରିଛନ୍ତି । ଅଧିକ ପଢ଼ନ୍ତୁ

ହକି ବିଶ୍ବକପ ପାଇଁ ଚକ୍ ଓ ପେନସିଲ୍ କାର୍‌ବିଙ୍ଗ୍ ଆର୍ଟ

author img

By

Published : Jan 10, 2023, 10:37 PM IST

ହକି ବିଶ୍ବକପ ପାଇଁ ଚକ୍ ଓ ପେନସିଲ୍ କାର୍‌ବିଙ୍ଗ୍ ଆର୍ଟ କରି ଚର୍ଚ୍ଚାରେ ବିଜୟ

ବ୍ରହ୍ମପୁର: ରାଜ୍ୟରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହେଉଛି ହକି ବିଶ୍ବକପ । ଏହାକୁ ନେଇ ଏବେ ସାରା ରାଜ୍ୟରେ ହକି ଫିଭର । ଏଭଳି ସମୟରେ ଯୁବବର୍ଗଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି ବେଶ ଉତ୍ସାହ । ହକି ବିଶ୍ବକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାରଭିଙ୍ଗ୍ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ଇଞ୍ଜିନିୟରିଙ୍ଗ୍ ଛାତ୍ର । ସହର ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଇଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି ନିଜର କଳାକୃତି ମାଧ୍ୟମରେ ହକି ବିଶ୍ବକପ ଉପଲକ୍ଷେ ପ୍ରସ୍ତୁତ କରିଛନ୍ତି ଚକ୍ ଆର୍ଟ ସହିତ ପେନସିଲ୍ କାରବିଙ୍ଗ୍ ଆର୍ଟ ।

ବିଜୟ ଚକ ଆର୍ଟ ମାଧ୍ୟମରେ ୨ ସେମି ଉଚ୍ଚତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମାସ୍କେଡ ଅଲି ପ୍ରତିକୃତି ପ୍ରସ୍ତୁତ କରିଥିବାବେଳେ ୧ ସେମିରେ ପ୍ରସ୍ତୁତ କରିଛନ୍ତି ହକି ବିଶ୍ବକପ ଟ୍ରଫି । ସେହିପରି ପେନସିଲ୍ ମୁନରେ ୩୦ ସେଣ୍ଟିମିଟର କାରବିଙ୍ଗ୍ ଆର୍ଟ କରି ହକି ବିଶ୍ବକପ୍ ଲୋଗୋକୁ ସମ୍ପୂର୍ଣ୍ଣ ଭାବରେ ସେଥିରେ ପ୍ରସ୍ତୁତ କରିଛନ୍ତି । ଚକ୍ ଆର୍ଟ ପାଇଁ ବିଜୟଙ୍କୁ ୩ ଦିନ ସମୟ ଲାଗିଥିବାବେଳେ ପେନସିଲ୍ ମୁନରେ କାରଭିଙ୍ଗ୍ କରିବାକୁ ୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରତିକୃତି ପ୍ରଦାନ କରିବାକୁ ଆଶା ରଖିଛନ୍ତି ।

ରାଜ୍ୟରେ ଦ୍ବିତୀୟଥର ପାଇଁ ଆୟୋଜନ ହେଉଛି ହକି ବିଶ୍ବକପ । ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉଲକେଲାର ବିର୍ସା ମୁଣ୍ଡା ଅନ୍ତର୍ଦାତୀୟ ଷ୍ଟାଡିୟମରେ ହକି ବିଶ୍ବକପ୍ ଖେଳ ହେଉଥିବାରୁ ଏହାକୁ ନେଇ ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି । ତେବେ ହକିର ପ୍ରଚାର ପ୍ରସାର ପାଇଁ ଗୋଟିଏ ପଟେ ସରକାରୀ ସ୍ତରରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବାବେଳେ ବିଜୟଙ୍କ ଏହି ଆର୍ଟ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଏହି ଅବସରରେ ବିଜୟଙ୍କ ଏଭଳି କଳାକୃତିକୁ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.