ଭଞ୍ଜନଗର: ନବଜାତ ଶିଶୁ ପୁତ୍ରର ରକ୍ତାକ୍ତ ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅନ୍ତର୍ଗତ କନିଆରି ଓ ବରିଡା ଯିବା ରାସ୍ତାରୁ ମିଳିଛି ଏହି କଁଅଳ ଶିଶୁର ମୃତଦେହ ।
ତେବେ ଖବର ପାଇ ଘଟଣାସ୍ଥଳରେ ବାଲିଛାଇ ପୋଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ଶିଶୁଟିକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ କାରଣ ସ୍ପଷ୍ଟ ହୋଇନି । ତେବେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ