ETV Bharat / state

ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

author img

By

Published : Oct 11, 2022, 9:43 AM IST

ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢ଼ନ୍ତୁ

ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଭଞ୍ଜନଗର: ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଯମୁନାରେ ଏଭଳି ଘଟଣା ଘଟିଛି । ପଞ୍ଚାୟତ ନିର୍ବାଚନକୁ 6 ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଛି । କିନ୍ତୁ ଆଜି ବି ସେହି ନିର୍ବାଚନକୁ କେନ୍ଦ୍ର କରି ଗ୍ରାମାଞ୍ଚଳରେ ଲାଗି ରହିଛି ରାଜନୈତିକ ହିଂସା ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ପାଇକଯମୁନା ଠାରେ ଆଜି ସନ୍ଧ୍ୟାରେ ଗ୍ରାମ ପୋଖରୀ ନିକଟ ଦେଇ ସାନ୍ତୁନୁ ଖଣ୍ଡୁଆଳ ନାମକ ଯୁବକ ବାଇକ ଯୋଗେ ଯାଉଥିଲେ । ସେହି ସମୟରେ ଗ୍ରାମର କିଛି ବ୍ୟକ୍ତି ରାଜନୈତିକ ଆକ୍ରୋଶ ରଖି ତାଙ୍କ ଉପରକୁ ଠେଙ୍ଗା ଓ କାତି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଘଟଣାରେ ସାନ୍ତୁନୁ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ଏହାପରେ ଘଟଣା ଘଟାଇଥିବା ଆକ୍ରମଣକାରୀ ଦଳ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହାଦେଥି ସ୍ଥାନୀୟ ଲୋକେ ତୁରନ୍ତ ସାନ୍ତୁନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେପଟେ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଖୋଦ ସାନ୍ତୁନ କହିଥିବାବେଳେ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.