ଭଞ୍ଜନଗର: କରୋନା ମହାମାରୀ ଚେନକୁ ଭାଙ୍ଗିବା ପାଇଁ ସରକାର ଲକଡାଉନ ସଟଡାଉନ ଘୋଷଣା କରିଥିବାବେଳେ ବହୁ ଗରିବ ନିଷ୍ପେସିତ ଖାଦ୍ୟ ଅଭାବରୁ ଜଟିଳ ସମସ୍ୟା ଦେଇ ଗତି କରୁଛନ୍ତି । ଏହାକୁ ଦୁଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଆସିକା ବିଜେଡି ପକ୍ଷରୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ, ଗରିବ, ମାନସିକ ରୋଗୀ ଓ ଭିକ୍ଷୁକଙ୍କୁ ପ୍ରତିଦିନ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହ ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଖାଦ୍ୟ ଅଭାବରେ ଥିବା ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି ।
କରୋନାକୁ ଦୃଢ଼ ହସ୍ତରେ ଦମନ କରିବା ପାଇଁ ବିଧାୟିକାଙ୍କ ସମେତ ଦଳୀୟ ଯୁବକର୍ମୀମାନେ କରୋନା ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଁଚାଉଛନ୍ତି । ବିଧାୟିକାଙ୍କ ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରଶଂସା କରାଯାଉଥିବା ଜଣାଯାଇଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ