ETV Bharat / state

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଆଉଜଣେ ସାମ୍ବାଦିକ - କୋରୋନାରେ ଆକ୍ରାନ୍ତ ସାମ୍ବାଦିକ

ଗଞ୍ଜାମ ଜିଲ୍ଲାରେ କୋରୋନାରେ ଆକ୍ରାନ୍ତ ହୋଇ ପୁଣି ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ଗଞ୍ଜାମରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ସାମ୍ବାଦିକ

author img

By

Published : May 10, 2021, 11:32 AM IST

ବ୍ରହ୍ମପୁର: କୋରୋନା ଯୁଦ୍ଧରେ ଚାଲିଯାଇଛି ଗଞ୍ଜାମ ଜିଲ୍ଲାର ପୁଣି ଜଣେ ସାମ୍ବାଦିକଙ୍କ ଜୀବନ । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲାର ପୋଲସରା ସମାଜ ଖବରକାଗଜର ପ୍ରତିନିଧି କିଶୋର ଚନ୍ଦ୍ର ଦାଶ ପ୍ରାଣ ହରାଇଛନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ହେଲା ବ୍ରହ୍ମପୁର ଉପକଣ୍ଠ ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ଗଞ୍ଜାମ ପୋଲସରାର ଜଣେ ଉତ୍ତମ ସାମ୍ବାଦିକ ଭାବରେ ସେ ଅତ୍ୟନ୍ତ ସୁପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାଠାରୁ ଆରମ୍ଭ କରି ସାରା ରାଜ୍ୟରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଏଭଳି ଜଣେ ଗଣମାଧ୍ୟମର ପ୍ରତିନିଧିଙ୍କୁ ହରାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହିତ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ବେଳେ ନିଜେ କିପରି ସୁରକ୍ଷିତ ରହିବେ ତାହାକୁ ନେଇ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ସଫେଇ କର୍ମଚାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ କୋରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । କିଲର ଭାଇରସକୁ ଖାତିର ନକରି ସେମାନେ ଦିନରାତି 24 ଘଣ୍ଟା ଜନସାଧାରଣଙ୍କ ନିକଟରେ ଦେଶ ବିଦେଶର ଖବର ପହଞ୍ଚାଉଛନ୍ତି । କିନ୍ତୁ ଏହି ଯୁଦ୍ଧରେ କିଛି ସାମ୍ବାଦିକ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ବେଳେ ଆଉ କିଛି ସାମ୍ବାଦିକଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳୁଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.