ETV Bharat / state

ବ୍ରହ୍ମପୁରରେ ୨ଦିନିଆ ଅଲ ଇଣ୍ଡିଆ ଥିଏଟର କାଉନସିଲର ଅଧିବେଶନ,୧୭ ରାଜ୍ୟର ପ୍ରତିନିଧି ସାମିଲ

author img

By ETV Bharat Odisha Team

Published : Sep 10, 2023, 8:56 AM IST

ବ୍ରହ୍ମପୁର ଠାରେ ଆୟୋଜିତ ହୋଇଯାଇଛି ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀ । ଏହି ଅଧିବେଶନରେ କଳାକାରଙ୍କୁ ଟ୍ରେନରେ ମିଳୁନଥିବା ରିହାତିକୁ ନେଇ ଉଦବେଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଅଲ ଇଣ୍ଡିଆ ଥିଏଟର କାଉନସିଲ ଅଧିବେଶନରେ , ଯୋଗଦେଲେ 17 ରାଜ୍ୟର ପ୍ରତିନିଧି

ବ୍ରହ୍ମପୁର: ବ୍ରହ୍ମପୁର ଠାରେ ଆୟୋଜିତ ହୋଇଯାଇଛି ଅଲ ଇଣ୍ଡିଆ ଥିଏଟର କାଉନସିଲର ୨ଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ । ଏହି ଅଧିବେଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନାଟ୍ୟ କଳାକାର ପ୍ରତିନିଧି ଯୋଗଦେଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାର ବ୍ରହ୍ମପୁର ସହରରେ ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ କମିଟି ବୈଠକ ତଥା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ କୋଭିଡ ପରବର୍ତ୍ତୀ ସମୟରେ କଳାକାରଙ୍କୁ ଟ୍ରେନରେ ମିଳୁନାହିଁ ରିହାତି ଏହାକୁ ନେଇ ଉଦବେଗ ପ୍ରାକଶ ପାଇଛି । ଏଥିପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ନେଇ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଥିବା ଅଲ ଇଣ୍ଡିଆ ଥିଏଟର କାଉନସିଲର ଦୁଇଦିନିଆ ରାଷ୍ଟ୍ରୀୟ ସମ୍ମିଳନୀରେ ପ୍ରକାଶ ପାଇଛି ଉଦବେଗ ।

ଦେଶର ୧୭ ରାଜ୍ୟର ନାଟ୍ୟ କଳାକାର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ରାଜ୍ୟରେ କଳାକାରଙ୍କୁ ଭର୍ତ୍ତା ଭାବରେ ୬ ରୁ ୮ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଓଡିଶାରେ କେବଳ ୧୨ଶହ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟେରେ ଦାବି କରାଯାଇଛି । ଏପରିକି କୋରୋନା ପୂର୍ବରୁ ଟ୍ରେନରେ ଯେଉଁ କଳାକାରଙ୍କ ପାଇଁ ରିହାତି ଦିଆଯାଉଥିଲା ତାହାକୁ ବନ୍ଦ କରାଯାଇଥିବା ବେଳେ ଏହାକୁ ପୁନଃ ପ୍ରଦାନ କରିବା ପାଇଁ ସଂସଦରେ ଏହି ପ୍ରସ୍ତାବ ଉପରେ ପ୍ରଶ୍ନ ଉଠାଇବାକୁ ବ୍ରହ୍ମପୁର ସାଂସଦଙ୍କୁ ଅନୁରୋଧ କରିଛନ୍ତି ଅଲ ଇଣ୍ଡିଆ ଥିଏଟର କାଉନସିଲର ଅଧିବେଶନରେ ଏହାର କର୍ମକର୍ତ୍ତା । ଏହା ବ୍ରହ୍ମପୁର ସହରରେ ଆଇଟିଆଇ ଅଡିଟୋରିୟମ ପରିସରରେ ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ..G20 Delhi Declaration on Ukraine war: 'ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ଓ ଧମକ ଗ୍ରହଣୀୟ ନୁହେଁ'

ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ମେୟର ସଂଘମିତ୍ରା ଦଳେଇ ,ରାଜ୍ୟକାଜୁ ନିଗମ ଅଧକ୍ଷ ସୁବାସ ମହାରଣା ,ବରିଷ୍ଠ ନାଟ୍ୟକାର ଡା.ତିରୁପତିସାହୁ ,କାଉନସିଲର ରାଷ୍ଟ୍ରୀୟ ଅଧକ୍ଷ ଅଶୋକ ମେହେରା,ଉପାଧ୍ୟକ୍ଷ ମୋହମଦ ନିଜାମ ଓ ରାଜ ଗୋପାଳ ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଏବଂ ରାଜ୍ୟ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହିତ ବ୍ରହ୍ମପୁରର ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ରାଜ କିଶୋର ପାଢ଼ୀ,ନାଟ୍ୟକାର ରମେଶ ମହାରଣା, ଅଶୋକ କର,ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ କୁମାର ପାତ୍ର ଏବଂ କୈଳାସ ପାଣିଗ୍ରାହୀଙ୍କୁ "ରାଷ୍ଟ୍ରୀୟ କଳା ସମ୍ମାନ"ରେ ସମ୍ମାନିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...G20 Dinner: ଭାରତୀୟ ଆଭୂଷଣରେ ଆସିଲେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.