ବ୍ରହ୍ମପୁର: ଓଡିଶାର ୧୪ ହଜାର ସ୍କୁଲ ବନ୍ଦ କରାଯିବା ନିଷ୍ପତ୍ତି ଏବଂ ୧୪ ଗୋଟି ବିଇଡି କଲେଜ ବନ୍ଦ ବିରୁଦ୍ଧରେ ବ୍ରହ୍ମପୁର ଠାରେ ଅଲ୍ ଇଣ୍ଡିଆ ଡିଏସ୍ଓ ପକ୍ଷରୁ ବିକ୍ଷୋଭ କରାଯାଇଛି ।
ସହରର ଖଲ୍ଲିକୋଟ କଲେଜ ସମ୍ମୁଖରେ ଆୟୋଜିତ ଏହି ଛାତ୍ର ବିକ୍ଷୋଭରେ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣଙ୍କୁ ତୀବ୍ର ସମାଲୋଚନା କରାଯିବା ସହ ସେଲଫ୍ ଫାଇନାସ ଭିତ୍ତିରେ ବିଇଡି କୋର୍ସ ପ୍ରଦାନ କରିବାକୁ ବିରୋଧ କରାଯାଇଥିଲା ।
![ରାଜ୍ୟରେ ୧୪ ହଜାର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଛାତ୍ର ବିକ୍ଷୋଭ](https://etvbharatimages.akamaized.net/etvbharat/prod-images/od-bam-demonstration-by-all-india-dso-7205524_10112020154341_1011f_1605003221_1005.jpg)
ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ୪୩୩ ଟି ସ୍କୁଲ କୁ ବନ୍ଦ କରାଯିବାକୁ ରହିଥିବା ନିଷ୍ପତ୍ତିକୁ ତୁରନ୍ତ ବାତିଲ କରିବାକୁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ