ETV Bharat / state

ଖବର ପ୍ରସାରଣ ପରେ ତତ୍ପର ହେଲା ପ୍ରଶାସନ, ମେଡିକାଲରେ ଭର୍ତ୍ତି ହେଲେ ବିକାଶ - medical treatment by administration

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମରେ ଆଖି ଯନ୍ତ୍ରଣାରେ ଛଟପଟ ହେଉଥିବା ଶିଶୁ ବିକାଶ ନାୟକଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ । ଗତକିଛି ଦିନ ହେବ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନର ତତ୍ପରତା । ଅଧିକ ପଢନ୍ତୁ...

ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ , ମେଡିକାଲରେ ଭର୍ତ୍ତି ହେଲେ ବିକାଶ
ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ , ମେଡିକାଲରେ ଭର୍ତ୍ତି ହେଲେ ବିକାଶଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ , ମେଡିକାଲରେ ଭର୍ତ୍ତି ହେଲେ ବିକାଶ
author img

By

Published : Aug 31, 2021, 7:11 PM IST

ଭଞ୍ଜନଗର: ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମରେ ଆଖି ଯନ୍ତ୍ରଣାରେ ଛଟପଟ ହେଉଥିବା ବିକାଶ ନାୟକଙ୍କ ଚିକିତ୍ସା ପାଇଁ ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ l ଗତକିଛି ଦିନ ଧରି ଗଣମାଧ୍ୟମରେ ଖବର ପ୍ରସାରଣ ହେବାପରେ ଆଜି ସ୍ଥାନୀୟ ପ୍ରଶାସନ ତତ୍ପରତା ଦେଖାଇଛି। ଗ୍ରାମରେ ଏକ ଡାକ୍ତରୀ ଟିମ ପହଞ୍ଚି ବିକାଶକୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ନେଇଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ମଧ୍ୟ ଡାକ୍ତର କହିଛନ୍ତି l

ଖବର ପ୍ରଶାରଣ ପରେ ଚେତିଲା ପ୍ରଶାସନ , ମେଡିକାଲରେ ଭର୍ତ୍ତି ହେଲେ ବିକାଶ

ସୂଚନା ଅନୁସାରେ, ଭଞ୍ଜନଗର ବ୍ଲକ ବାରୁଡ଼ା ଗ୍ରାମର ଜୟରାମ ନାୟକ ଓ ରଞ୍ଜିତା ନାୟକଙ୍କ ସାନପୁଅ ବିକାଶ ନାୟକ ଦୀର୍ଘଦିନ ହେଲା ଆଖି ଯନ୍ତ୍ରଣାରେ ଛଟପଟ ହେଉଥିଲେ l ବାପା ମା ପୁଅର ଚିକିତ୍ସାରେ ସର୍ବହରା ହୋଇଗଲେ ଶେଷରେ ବାସଗୃହକୁ କୋଡିଏ ହଜାର ଟଙ୍କାରେ ବନ୍ଧା ପକାଇ ପୁଅର ଚିକିତ୍ସା କରାଇଲେ କିଛି ସୁଫଳ ମିଳିଲା ନାହିଁ l ବାସହରା ହୋଇଯାଇଥିବାରୁ ରଞ୍ଜିତା ପରିବାରକୁ ନେଇ ବାପା ଘର ଗୋଠଳିରେ ରହୁଛନ୍ତି l

ଏହା ବି ପଢନ୍ତୁ: ଯନ୍ତ୍ରଣାରେ ଜୁଝୁଛି 2 ବର୍ଷୀୟ ବିକାଶ, ଅନ୍ଧପୁଟୁଳି ବାନ୍ଧି ବିତୁଛି ଜୀବନ

ତେବେ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ପରିବାର ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇଆସୁଥିଲା। ତେବେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.