ETV Bharat / state

ମାଆ ତାରାତାରିଣୀଙ୍କ ଚୈତ୍ୟ ପର୍ବ, ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ - ଭକ୍ତଙ୍କ ଦର୍ଶନ ଉପରେ କଟକଣା

ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମାଆଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଗତ ଦୁଇଟି ମଙ୍ଗଳବାର ଭକ୍ତଙ୍କ ଭିଡ ଜମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ମଙ୍ଗଳବାର ପୂର୍ବରୁ ନୂତନ କଟକଣା ଜାରି କରାଯାଇଛି । ଅଧିକ ପଢନ୍ତୁ...

ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ
ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ
author img

By

Published : Apr 12, 2021, 9:51 PM IST

ବ୍ରହ୍ମପୁର: ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରାତାରିଣୀ ପୀଠରେ ଦର୍ଶନ ପାଇଁ ଜମିଥାଏ ଭକ୍ତଙ୍କ ଭିଡ । ହେଲେ ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ମାଆଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଗତ ଦୁଇଟି ମଙ୍ଗଳବାର ଭକ୍ତଙ୍କ ଭିଡ ଜମିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୃତୀୟ ମଙ୍ଗଳବାର ପୂର୍ବରୁ ନୂତନ କଟକଣା ଜାରି କରାଯାଇଛି ।

ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଇଲା ପ୍ରଶାସନ

କୋଭିଡ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ମାଆ ତାରାତାରିଣୀ ପୀଠକୁ ଦର୍ଶନ ପାଇଁ କଟକଣା ଜାରି କରାଯାଇଛି । ଏତଦ ବ୍ୟତୀତ ଅନ୍ୟ କୌଣସି ବାହ୍ୟ ବ୍ୟକ୍ତି କିମ୍ବା ଯାନବାହନକୁ ତାରାତାରିଣୀ ପୀଠରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଦର୍ଶନ ପାଇଁ ବାହାରର କୌଣସି ଭକ୍ତ ନଆସିବା ସହିତ କାହାରି ଯାନବାହାନ ମନ୍ଦିର ଉପରକୁ ନ ଛାଡିବା ପାଇଁ କୁହାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଚୈତ୍ର ମଙ୍ଗଳବାର ପାଇଁ 11 ପ୍ଲାଟୁନ୍ ପୋଲିସ ମୁତୟନ କରାଯିବା ସହିତ କେବଳ ପୁରୁଷୋତ୍ତମପୁର ବ୍ଲକ ଏବଂ ଏନଏସିର ବ୍ୟକ୍ତିବିଶେଷ ହିଁ ମନ୍ଦିର ଦର୍ଶନ କରିପାରିବେ ।

ବୟସ୍କ ବ୍ୟକ୍ତି ଓ ଶିଶୁଙ୍କୁ ଦର୍ଶନ ନକରିବା ପରାମର୍ଶ କରିବା ସହିତ ଦର୍ଶନ ବେଳେ ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ଗାଇଡଲାଇନକୁ ସମସ୍ତେ କଡାକଡି ପାଳନ କରିବା ସହିତ କୌଣସି ମାଲ ପରିବହନ ଗାଡି ମନ୍ଦିର ପରିସରକୁ ଆସିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.