ETV Bharat / state

ଟ୍ରାକ୍ଟର ଓଲଟି ଜଣେ ମୃତ, 2 ଗୁରୁତର

ଗୋଡି ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ, 2 ଜଣ ଗୁରୁତର । କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ 59 ଅବରୋଧ କରିଛନ୍ତି ଗ୍ରାମବାସୀ ଓ ପରିବାର ।

author img

By

Published : May 19, 2019, 7:46 PM IST

ଫଟୋ ସୌଜନ୍ୟ : ପ୍ରତିିନିଧି,ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଗାଜଲବାଡିରେ ସଡକ ଦୁର୍ଘଟଣା । ଗୋଡି ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । କ୍ଷତିପୂରଣ ପାଇଁ ଜାତୀୟ ରାଜପଥ 59 ଅବରୋଧ କରିଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭଞ୍ଜନଗର

ଗୁରୁତରଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଶ୍ରମିକ ହେଲେ ଜଗା ମଲିକ ବୋଲି ଜଣାପଡିଛି । ଟ୍ରାକ୍ଟରଟି ଗୋଡି ପଥର ସଂଗ୍ରହ କରି ଜଙ୍ଗଲ ରାସ୍ତାରେ ପ୍ରଚଣ୍ଡଖରା ସମୟରେ ଶ୍ରମିକ ମାନଙ୍କୁ ଧରି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ମୃତ ଶ୍ରମିକକୁ ପାଞ୍ଚ ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଥିଲେ ଗ୍ରାମବାସୀ ଓ ପରିବାର। ରାସ୍ତା ଅବରୋଧ ଯୋଗୁଁ ଅନେକ ସମୟ ପର୍ଯ୍ୟନ୍ତ ଯାନବାହାନ ଅଟକି ରହିଥିଲା । ଖବର ପାଇ ସୋରଡା ପୋଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରି ରାସ୍ତାରୋକ ହଟିଥିଲା ଯାନ ବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.