ETV Bharat / state

ସ୍ପିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଦୀର୍ଘ ସମୟ ଧରି ଜନ ଜୀବନ ଠପ୍

author img

By

Published : May 8, 2021, 7:17 PM IST

ରାସ୍ତା କଡରେ ସ୍ପିରିଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି ଗାଡି ଚାଳକ । ଅଧିକ ପଢନ୍ତୁ...

ସ୍ପିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଦୀର୍ଘ ସମୟ ଧରି ଜନ ଜୀବନ ଠପ୍
ସ୍ପିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଦୀର୍ଘ ସମୟ ଧରି ଜନ ଜୀବନ ଠପ୍

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ମେନରୋଡ଼ ସ୍ୱାତିକ ଢାବା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍ପିରିଟ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଚାଳକ ରୋହିତ କୁମାର ରାଉତ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ବୌଦ୍ଧରୁ ଆସ୍କା ଚିନିଶିଳ୍ପକୁ ଆସୁଥିବାବେଳେ ଗୋବରା ନିକଟରେ ଏକ ଇଣ୍ଡିଂଗୋ କାର ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା, ଫଳରେ ମୁଖ୍ୟ ରାସ୍ତା ଉପରେ ଟ୍ରକଟି ଓଲଟି ପଡ଼ିଥିଲା ।

ଘଟଣାସ୍ଥଳରେ ରାସ୍ତା ଉପରେ ଟ୍ରକଟି ଓଲଟି ପଡିଥିବାରୁ ବହୁ ଟ୍ରକ ରାସ୍ତା ଉପରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ଦୀର୍ଘ ସମୟ ଧରି ରାସ୍ତା ଜାମ୍ ରହିବା ପରେ କ୍ରେନ ସାହାଯ୍ୟରେ ମୁଖ୍ୟ ରାସ୍ତାରୁ ଟ୍ରକଟିକୁ ହଟାଯାଇଥିଲା । ରୋଡ଼ ଉପରେ ସ୍ପିରିଟ ସବୁ ଗାଡିରୁ ଲିକ ହେଉଥିବାବେଳେ ଦମକଳ ବାହିନୀ ପହଞ୍ଚି ସଫା କରିଥିଲେ ଓ ତାପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.