ETV Bharat / state

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ, ବ୍ରହ୍ମପୁରରେ ବିଜେପିର ସ୍ବତନ୍ତ୍ର କାର୍ଯ୍ୟକ୍ରମ - ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା
ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା
author img

By ETV Bharat Odisha Team

Published : Sep 17, 2023, 10:02 PM IST

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 74ତମ ଜନ୍ମଦିନ ଏବଂ ବିଶ୍ୱକର୍ମା ଜୟନ୍ତୀରେ "ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର" ଶୁଭାରମ୍ଭ କରିବା ଅବସରରେ ଦଳ ପକ୍ଷରୁ ଏହାର ସିଧାପ୍ରସାରଣ ଦେଖାଯାଇଛି । ଏହି କାର୍ଯ୍ୟକ୍ରମ ସହରର ଗିରି ରୋଡ଼ସ୍ଥିତ ପାଢ଼ୀ ସେଲିବ୍ରେସନ୍ ସମ୍ମିଳନୀ କକ୍ଷରେ ଆୟୋଜିତ କରାଯାଇଥିବା ବେଳେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ଏହାର ସଭାପତିତ୍ବ କରିଥିଲେ ।

ତେବେ ପାରମ୍ପରିକ ଶିଳ୍ପରେ ନିୟୋଜିତ ମୁଖ୍ୟତଃ କାରିଗରମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଲକ୍ଷ ରହିଛି । ଏଣୁ ୧୩ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବେ । ଏହି ଯୋଜନା ଅଧିନରେ ବାୟୋମେଟ୍ରିକ୍ ଆଧାରିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପୋର୍ଟାଲ ବ୍ୟବହାର କରି ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ କାରିଗରମାନଙ୍କୁ ମାଗଣାରେ ପଞ୍ଜିକୃତ କରାଯିବ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ପରିଚୟ ପତ୍ର, ମୌଳିକ ଓ ଉନ୍ନତ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହିତ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, ୫% ରିହାତି ସୁଧ ହାରରେ ୧ ଲକ୍ଷ ଟଙ୍କା (ପ୍ରଥମ କିସ୍ତି) ଏବଂ ୨ ଲକ୍ଷ ଟଙ୍କା (ଦ୍ୱିତୀୟ କିସ୍ତି) ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ଋଣ ସହାୟତା, ଡ଼ିଜିଟାଲ୍ କାରବାର ପାଇଁ ପ୍ରୋତ୍ସାହନ ଏବଂ ମାର୍କେଟିଂ ସହାୟତା ପ୍ରଦାନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ......"ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା" ଯୋଜନା, ହିତାଧିକାରୀଙ୍କୁ ପଞ୍ଜିକୃତ କରାଇଲେ କେନ୍ଦ୍ରାପଡ଼ା ବିଜେପି କର୍ମୀ

ତେବେ କାରିଗର ଏବଂ ଶିଳ୍ପୀମାନଙ୍କର ଉତ୍ପାଦ ଏବଂ ସେବାର ଗୁଣବତ୍ତା ତଥା ପ୍ରସାରରେ ଉନ୍ନତି ଆଣିବା ହେଉଛି ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ମୂଳ ଲକ୍ଷ୍ଯ । ଏହି ଯୋଜନା ସମଗ୍ର ଭାରତରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର କାରିଗର ଏବଂ ଶିଳ୍ପୀମାନଙ୍କୁ ସହାୟତା ପ୍ରଦାନ କରିବ । ପିଏମ୍ ବିଶ୍ୱକର୍ମା ଯୋଜନା ଅଧିନରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ବର୍ଗର ପାରମ୍ପରିକ କାରିଗରୀ ହସ୍ତଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଗୁଡ଼ିକ ମଧ୍ୟରେ ବଢ଼େଇ କାମ, ଡ଼ଙ୍ଗା ନିର୍ମାଣ, ଅସ୍ତ୍ରଶସ୍ତ୍ର ନିର୍ମାଣ, କମାର କାମ, ହାତୁଡ଼ି ଏବଂ ଟୁଲ୍ କିଟ୍ ପ୍ରସ୍ତୁତି, ତାଲା ନିର୍ମାଣ, ବଣିଆ, କୁମ୍ଭାର କାମ, ମୂର୍ତ୍ତି ଶିଳ୍ପୀ, ପଥର ଶିଳ୍ପୀ, ମୋଚି କାରିଗର, ମିସ୍ତ୍ରୀ (ରାଜମିସ୍ତ୍ରୀ), ଟୋକେଇ, ଝାଡୁ ପ୍ରସ୍ତୁତକାରୀ, ନଡ଼ିଆ କତା, ବୁଣାଳୀ, ପାରମ୍ପରିକ କଣ୍ଢେଇ ଏବଂ ଖେଳଣା ନିର୍ମାଣ, ବାରିକ, ଫୁଲମାଳ ପ୍ରସ୍ତୁତି, ଧୋବା, ଦରଜୀ ଏବଂ ମାଛଧରା ଜାଲ ପ୍ରସ୍ତୁତି ରହିଛି । ଏହାସହ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ପକ୍ଷରୁ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଜୀବନଯାପନ ସହ ଦୀର୍ଘାୟୁ କାମନା କରିଥିଲେ ।

ତେବେ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ରାମ କୁମାର ପାତ୍ର, ଡକ୍ଟର ସୁବାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥି, ସୁଶିଳା ମଲ୍ଲିକ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା, ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାର କୁଶଳୀ କାରିଗର ଏବଂ ଶିଳ୍ପୀମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.