ETV Bharat / state

ଅବହେଳିତ ଗାଁ କୃଷ୍ଣପୁର, ବିକାଶ ଏଠି ସାତ ସପନ - ସୁରମଣୀ ପଞ୍ଚାୟତରେ କୃଷ୍ଣପୁର ଅବହେଳିତ ଗାଁ

ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଯୋଜନା ପରେ ଯୋଜନା କରିଛନ୍ତି । ଏଭଳି ଏକ ଗାଁ ରହିଛି ସୋରଡ଼ା ବ୍ଲକ ସୁରମଣୀ ପଞ୍ଚାୟତରେ କୃଷ୍ଣପୁର ଗାଁରେ । ଯେଉଁଠି ସ୍ବାସ୍ଥ୍ୟ ଶିକ୍ଷା ବିଜୁଳି ଗମନାଗମନ ଭଳି ମୌଳିକ ସୁବିଧା ପାଲଟି ଯାଇଛି ସାତସପନ । ଅଧିକ ପଢନ୍ତୁ...

a-neglected-village-krishnapur-twenty-first-century-is-inaccessible-to-them
ଏକ ବିଂଶ ଶତାଦ୍ଧିର ଅବହେଳିତ ଗାଁ କୃଷ୍ଣପୁର ବିକାଶ ଏମାନଙ୍କ ପାଇଁ ଅପହଞ୍ଚ
author img

By

Published : Mar 18, 2020, 10:12 PM IST

ଭଞ୍ଜନଗର: ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଯୋଜନା ପରେ ଯୋଜନା କରିଛନ୍ତି । କିନ୍ତୁ ଏମାନଙ୍କ ଠାରୁ ଯୋଜନା ବହୁ ଦୂରରେ । ଏଭଳି ଏକ ଗାଁ ରହିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସୁରମଣୀ ପଞ୍ଚାୟତର କୃଷ୍ଣପୁର ଗ୍ରାମରେ ଯେଉଁଠି ସ୍ବାସ୍ଥ୍ୟ ଶିକ୍ଷା ବିଜୁଳି ଗମନାଗମନ ଭଳି ମୌଳିକ ସୁବିଧା ପାଲଟି ଯାଇଛି ସାତସପନ ।

ଏକ ବିଂଶ ଶତାଦ୍ଧିର ଅବହେଳିତ ଗାଁ କୃଷ୍ଣପୁର ବିକାଶ ଏମାନଙ୍କ ପାଇଁ ଅପହଞ୍ଚ

ଏହି କୃଷ୍ଣପୁର ଗାଁରେ 20ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି । ଅଠର ବର୍ଷ ହେଲା ଏଠାରେ ବସ୍ତି ସ୍ଥାପନ କରି ବସବାସ କରିଆସୁଛନ୍ତି । ସରକାର ସବୁ ଗାଁକୁ ପକ୍କା ରାସ୍ତା ,ବିଜୁଳି ପାନୀୟ ଜଳ ,ଅଙ୍ଗନବାଡି କେନ୍ଦ୍ର ଆଦି ଯୋଗାଇଦେଇଛନ୍ତି । ଏହି ଆଦିବାସୀଙ୍କ ପାଇଁ ଏହି ସବୁ ଯୋଜନା ସାତସପନ ପାଲଟି ଯାଇଛି ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । ପ୍ରତ୍ୟେକ ବର୍ଷ ପଞ୍ଚାୟତରୁ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତାରେ ମାଟିପଡୁଛି । ହେଲେ ବର୍ଷା ଦିନ ହେଲେ ସବୁ ପାଣିରେ ଧୋଇଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନଳକୂପ ଅଛି ହେଲେ ତାହା ବି ଅଚଳ । ଫଳରେ ଝରଣା ପାଣି ବଞ୍ଚୁଛନ୍ତି ଲୋକେ ।

ରାଜ୍ୟ ଓ କେନ୍ଦ୍ର ସରକାର 2019ରେ ସମସ୍ତଙ୍କୁ ବିଦ୍ୟୁତ ଯୋଗାଇବା ପାଇଁ ଯୋଜନା ଘୋଷଣା କଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ପହଞ୍ଚିନି ବିଦ୍ୟୁତ । ରାତିପାହିଲେ ଗ୍ରାମ ଅନ୍ଧକାର ହୋଇଯାଏ । ଶିକ୍ଷା କଥା ନ କହିଲେ ଭଲ ଅଙ୍ଗନବାଡି କେନ୍ଦ୍ର ନାହିଁ ଛୋଟ ଛୋଟ ପିଲାମାନେ ସୁଷମ ଖାଦ୍ୟ ପାଇବାରୁ ବଞ୍ଚିତ । ଏହି ଆଦିବାସୀଙ୍କ ସମସ୍ୟା ନେଇ ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁହଁ ଖୋଲି ନଥିବାବେଳେ ଭଞ୍ଜନଗର ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି ଅତିଶୀଘ୍ର କୃଷ୍ଣପୁର ଗ୍ରାମରେ ବିଦ୍ୟୁତ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.